ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଅଟେ । ଏହି ଗ୍ରହଣର ଆରମ୍ଭ ସମୟ ଅପରାହ୍ନ ୧ଟା ୪ ମିନିଟରୁ ହୋଇଥିବା ବେଳେ ଶେଷ ସମୟ ୫ଟା ୨୫ ମିନିଟ ଅଟେ । ଅପରାହ୍ନ ୩ଟା ୧୩ ମିନିଟରେ ଏହା ଶୀର୍ଷରେ ରହିବ । ତେବେ ଏହା ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିର ଚନ୍ଦ୍ରଗ୍ରହଣକୁ ବେଶ ପ୍ରଭାବଶାଳୀ କୁହାଯାଉଛି । ପୂର୍ବ ଗ୍ରହଣ ଠାରୁ ଆଜି ଗ୍ରହଣ ଅବଧି ଅଧିକ ରହିବ । ତେବେ ଭାରତର ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ଏହା ଆଂଶିକ ଦେଖାଯିବ । ବିହାର, ଆସାମ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ଦୃଶ୍ୟମାନ ହେବ । ଓଡିଶାରେ ଏହାର ପ୍ରଭାବ ପରିଲକ୍ଷିତ ହେବ ନାହିଁ । ତେବେ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକାରେ ଦୃଶ୍ୟମାନ ହେବ । ଏହା ବର୍ଷର ୪ର୍ଥ ଚନ୍ଦ୍ରଗ୍ରହଣ ଅଟେ । ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁଆରୀ ୧୦ ତାରିଖରେ ସଂଗଠିତ ହୋଇଥିବା ବେଳେ ଦ୍ୱିତୀୟଟି ଜୁନ ୫ ତାରିଖ ଓ ତୃତୀୟ ଟି ଜୁଲାଇ ୪ ତାରିଖରେ ହୋଇଥିଲା ।