ସନଷ୍ଟାର ଟିଭି ବ୍ୟୁରୋ
ଜଳେଶ୍ୱର: ଆଜି ଅମାବାସ୍ୟା। ଏହାପରେ ରାଜ୍ୟରେ ଲଘୁଚାପ ଜାରି ହୋଇ ରହିଥବାରୁ ଏହାର ପ୍ରଭାବରେ ଫୁଲୁଛି ସମୁଦ୍ର। ଫଳରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ଉଦୟପୁର ଏବଂ ତାଳସାରି ବେଳା ଭୂମିରେ ଓ ବିଚିତ୍ରପୁର ୟୁକୋଟୋରିଜିୟମ ରେ ୮ ଫୁଟର ଜୁଆର ପାଣି ମାଡୁଛି । ଯଦି ୧୨ଫୁଟ ର ସମୁଦ୍ରରେ ଅଧିକ ଜୁଆର ମାଡିବ ତାହାଲେ ସୁବର୍ଣ୍ଣପୁର,ଉଦୟପୁର,ତାଳସାରି,ବିଚିତ୍ରପୁର,ଗମ୍ଭାରୀଆ,ବରବରିଆ,କୃଷ୍ଣନଗର ଇତ୍ୟାଦି ଗ୍ରାମ ଗୁଡିକରେ ପାଣି ପସି ଯିବାର ସମ୍ଭାବନା ରହିଛି। ତେବେ ବର୍ତ୍ତମାନର ସ୍ଥିତିକୁ ଦେଖି ମତ୍ସଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।