ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡିଶାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ। ତେବେ ଆଜିର ଏକ ବୈଠକରେ ଯୋଗଦେଇ ଟୁଡୁ କହିଛନ୍ତି ଯେ ଖୁବ ଶୀଘ୍ର ଓଡିଶାରେ ସମସ୍ତ ଜଳ ବିବାଦର ସମାଧାନ ଦୂର ହେବ। ଏହା ସହ ସେ ଆହୁରି ସୂଚନା ଦେଇଛନ୍ତି ଯେ ଖୁବ ଶୀଘ୍ର ଓଡିଶାର ନଦୀଜଳର ବିବାଦର ସମାଧାନ ହୋଇଯିବ। ଆଦିବାସୀ ବିଭାଗ ପାଇଁ ଅନେକ ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାର ରାଜ୍ୟବାସୀଙ୍କ ପାଇଁ ଯେଉଁ ଅର୍ଥ ପଠାଉଛନ୍ତି, ତାହାକୁ କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କର ଦାୟିତ୍ୱ ବୋଲି ବି ସେ କହିଛନ୍ତି।
ସୂଚନାଯୋଗ୍ୟ, ଆଜି ୬ଦିନିଆ ଓଡ଼ିଶା ଗସ୍ତରେ ବିଶେଶ୍ବର ଟୁଡୁ ଆସିଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।