ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଭେଣ୍ଡି ଗୋଟିଏ ଲୋକପ୍ରିୟ ପନିପରିବା। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ଏ ଏବଂ ସି ର ମାତ୍ରା ଭରପୁର ହୋଇକି ରହିଥାଏ। ତେବେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ କୃଷକ ମିସ୍ରିଲାଲ ରାଜପୁତ ତାଙ୍କ ବଗିଚାରେ ଲାଲ୍ ଭେଣ୍ଡି ଫଳାଉଛନ୍ତି। ଆଉସେ ଦାବି କରିଛନ୍ତି ଯେ ବଜାର ମିଳୁଥିବା ଭେଣ୍ଡି ଠାରୁ ଏହା ଅଧିକ ଲାଭଦାୟକ ଏବଂ ପୁଷ୍ଟିକର ଅଟେ। ଏହା ମୁଖ୍ୟତ ହୃଦୟ ରୋଗୀ ଏବଂ ରକ୍ତଚାପ, ମଧୁମେହ, ଉଚ୍ଚ କୋଲେଷ୍ଟ୍ରୋଲ୍ ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ। ତେବେ ଏହା ସବୁଜ ରଙ୍ଗ ବଦଳରେ ଲାଲ ରଙ୍ଗର ଅଟେ। ଏହି ଫସଲର ମୁଖ୍ୟ ଆକର୍ଷଣ ହେଉଛି ଏହାର ମୂଲ୍ୟ। ବଜାରରେ ମିଳୁଥିବା ସାଧାରଣ ଭେଣ୍ଡିର ମୂଲ୍ୟ ୪୦ ଟଙ୍କା ଭିତରେ ଥିବା ବେଳେ ଏହି ଲାଲ ଭେଣ୍ଡିର ସାଧାରଣ ଭେଣ୍ଡିର ଅପେକ୍ଷା ୫-୭ ଗୁଣ ମହଙ୍ଗା ଅଟେ ବୋଲି ରାଜପୁତ କହିଛନ୍ତି। ଏହା କିଛି ଏପରି ମୂଲ୍ୟରେ ୨୫୦ ଗ୍ରାମ / ୫୦୦ ଗ୍ରାମ ପିଛା – ୮୦ ଟଙ୍କାରୁ ୪୦୦ଟଙ୍କା ପର୍ଯ୍ୟନ୍ତ ମଲରେ ବିକ୍ରି ହେଉଛି। ଭୋପାଳ ଜିଲ୍ଲାର ଖଜୁରୀ କାଲାନ ଅଞ୍ଚଳର କୃଷକ କହିଛନ୍ତି ଯେ ସେ ବାରାଣାସୀର ଏକ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରୁ ୧ କିଲୋଗ୍ରାମ ମଞ୍ଜି କିଣିଥିଲେ ଯାହାକି ପ୍ରାୟ ୪୦ ଦିନ ମଧ୍ୟରେ ବଢ଼ିବାରେ ଲାଗିଲା ବୋଲି ରାଜପୁତ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲାଲ୍ ଭେଣ୍ଡି ଚାଷ ସମୟରେ କୌଣସି କ୍ଷତିକାରକ କୀଟନାଶକ ବ୍ୟବହାର କରାଯାଇ ନାହିଁ। ରାଜପୁତ କହିଛନ୍ତି ଯେ ଏକ ଏକର ଜମିରେ ସର୍ବନିମ୍ନ ୪୦-୫୦ କ୍ୱିଣ୍ଟାଲ ଏବଂ ସର୍ବାଧିକ ୭୦-୮୦ କ୍ୱିଣ୍ଟାଲ ଚାଷ କରାଯାଇପାରିବ।