ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟରେ ଦାନା ବାନ୍ଧୁଛି ଲଘୁଚାପ। ଏହା ପ୍ରଭାବରୁ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ସୋମବାର ସକାଳ ସୁଦ୍ଧା ଉତ୍ତର ଓ ପାଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହାର ଲଘୁଚାପର ରୂପ ନେବ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବରେ ରାଜ୍ୟରେ ୨ ଦିନ ବର୍ଷା ଲାଗି ରହିବ ବୋଲି ସୂଚନା ମିଳିଛି। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡିଶାରେ ଅଧିକ ବର୍ଷା ହେବ ତେଣୁ ମତ୍ସଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଏହାସହ ଦକ୍ଷିଣ ଓଡିଶା ଉପକୂଳରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିପାରେ।
ପାଣିପାଗ ବିଭାଗର ପୂର୍ବାନୁମାନ ରେ ସୋମବାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଏହାସହ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ଏଥିପାଇଁ ଗଜପତି, ରାୟଗଡା,ଖୋର୍ଦ୍ଧା,କନ୍ଧମାଳ, କୋରାପୁଟ,ପୁରୀ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ।
ଏହାସହ ମଙ୍ଗଳବାର ଦିନ ରାଜ୍ୟରେ ବର୍ଷା ଲାଗି ରହିବ। ତେବେ ବୁଧବାର ଠାରୁ ପାଗ ଫିଟିବ ବୋଲି ଅନୁମାପ କରାଯାଉଛି। ତେବେ ଆସନ୍ତା ୧୧ ତାରିଖ କିମ୍ବା ୧୨ ତାରିଖ ଆଡୁ ପୁଣି ଏକ ଲଘୁଚାପର ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ।