ସନଷ୍ଟାର ଟିଭି ବ୍ୟୁରୋ
ଗଞ୍ଜାମ:ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକରେ ଗଠିତ ହୋଇଯାଇଛି ବିଜୁ ଛାତ୍ର ଜନତା ଦଳର ପ୍ରଥମ ବ୍ଲକ ସ୍ତରୀୟ ସାଙ୍ଗଠନିକ କମିଟି ।ଆଯୋଜିତ ବୈଠକରେ ମୁଖ୍ୟଅତିଥି ରୂପେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶ ଯୋଗ ଦେଇ ଦଳୀୟ ସଙ୍ଗଠନକୁ ମଜବୁତ୍ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ହାତ ମୁଠାକୁ ଟାଣ କରିବା ସହ ସାଙ୍ଗଠନିକ ଅବିବୃଦ୍ଧି କାର୍ଯ୍ୟ କରିବା ସହିତ ଦଳର ରହିଥିବା ଲକ୍ଷ୍ୟକୁ ପୂରଣ କରିବା ସହ ଜନହିତକର ଯୋଜନାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ ଆହ୍ୱାନ କରିଥିଲେ ।
ଏଥିରେ ଅନ୍ୟତମ ଅତିଥି ରୂପେ ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ଦଳର ରାଜ୍ୟ ସଂପାଦକ ତଥା ଓଡିଶା ମୋ ପରିବାରର ସଂଯୋଜକ ସୁବାସ ମହାରଣା , ରଙ୍ଗେଇଲୁଣ୍ଡା ବ୍ଲକ ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ଦାଶ, ୫୫ ନଂ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଶଶୀଭୂଷଣ ମାହାନ୍ତି , ଜିଲ୍ଲା ଉପସଭାପତି ସଂଞ୍ଜିତ ପାଣିଗ୍ରାହୀ ଏବଂ ଦିଲେଶ୍ଵର ରେଡି , ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ମହାପାତ୍ର, ପୂର୍ବତନ ବ୍ଲକ ସଭାପତି ସି.ଏଚ୍ ଭତୁଡୁ, ଜିଲ୍ଲା ସଭାନେତ୍ରୀ ଏମ.ସୁଜାତା ପାତ୍ର, ଜିଲ୍ଲା ଯୁବ ସଭାପତି ଭବାନୀ ସାହୁ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ଦଳୀୟ ସଙ୍ଗଠନକୁ ଆହୁରୀ ଅଧିକ ବୃଦ୍ଧି କରିବାକୁ ଆହ୍ୱାନ କରିଥିଲେ । ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ନୂତନ କମିଟିରେ ୫ ଉପସଭାପତି ,୧୦ ସାଧାରଣ ସଂପାଦକ, 10 ସଂପାଦକ ଙ୍କ ସମେତ ୨ ଜଣିଆ ସୋସିଆଲ୍ ମିଡିଆ କମିଟି ର ସଂପାଦକ ଙ୍କୁ ମିଶାଇ ମୋଟ ୨୭ ଜଣିଆ କମିଟି ଗଠନ କରାଯାଇଛି । ପୂର୍ବରୁ ରଙ୍ଗେଇଲୁଣ୍ଡା ବ୍ଲକର ବିଜୁ ଛାତ୍ର ଜନତା ଦଳର ସଭାପତି ଭାବରେ ମିଲେନ୍ଦ୍ର କୁମାର ପ୍ରଧାନଙ୍କୁ ମନୋନୀତ କରାଯାଇଥିଲା । ନୂତନ କର୍ମକର୍ତ୍ତାଙ୍କୁ ଜିଲ୍ଲା କମିଟି ପକ୍ଷରୁ ସ୍ୱାଗତ କରାଯିବା ସହ ଆଗାମୀ ଦିନରେ ସାଙ୍ଗଠନିକ କାର୍ଯ୍ୟକୁ ଆହୁରୀ ଅଧିକ ସୁଦୃଢ କରିବାକୁ ଆହ୍ୱାନ କରାଯାଇଛି ।