ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଭୁବନେଶ୍ବର ଜାଗମରା ଅଞ୍ଚଳରେ ଫୁଟିଲା ଗୁଳି । ପଡୋଶୀଙ୍କୁ ଭୟଭୀତ କରିବା ପାଇଁ ଅନ୍ୟ ଜଣେ ପଡୋଶୀ ଗୁଳି ଫୁଟାଇଥିବା ଜଣାପଡ଼ିଛି । ଉଭୟ ପଡୋଶୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ଶତୃତା ରହିଥିଲା ବୋଲି ସୂଚନା ମିଳିଛି । ତେବେ ଏହି ମାମଲାରେ ଦୁଇ ପରିବାରର ୪ ଜଣଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସର ପଚରା ଉଚରା କରୁଥିବା ଜଣାପଡ଼ିଛି ।