ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଅଗଷ୍ଟ ପହିଲାରୁ ୩୦ ତାରିଖ ସୁଦ୍ଧା ରାଜ୍ୟରେ ସ୍ବାଭାବିକ ବର୍ଷା ୩୫୮.୭ ମିମି ହେବାକୁ ଥିବାବେଳେ ୧୯୦.୩ ମିମି ବର୍ଷା ହୋଇଛି । ଯାହାକି ୪୬ ପ୍ରତିଶତ ନିଣ୍ଟିଆ ବର୍ଷା ହୋଇଛି ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୮ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଥିବାରୁ ରାଜ୍ୟରେ ବର୍ଷାର ପରିମାଣ କମିଛି। ପାଣିପାଗ କେନ୍ଦ୍ରର ଆକଳନ କହୁଛି , ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ସୋମବାର ସକାଳ ସାଢେ ୮ଟାରୁ ଅପରାହ୍ନ ସାଢେ ୫ଟା ମଧ୍ୟରେ ଭୁବନେଶ୍ଵର , କଟକ , ବାଲେଶ୍ବର , ବାରିପଦା , ଅନୁଗୋଳ , କେନ୍ଦୁଝର ଓ ଝାରସୁଗୁଡା ଆଦି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି।