ସନଷ୍ଟାର ଟିଭି ବ୍ୟୁରୋ

ଚାନ୍ଦବାଲି :ଓଡିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ ତରଫରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଳିଡ଼ିହି ଗ୍ରାମ ପଞ୍ଚାୟତରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ତଥା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେଡ଼ି ନେତା ସୁଦାମ ପତ୍ରୀ ଫିତା କାଟି ଶିବିରଟିକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରିନ୍ସ ରାକେଶ ନାୟକ ଏବଂ ତେନ୍ତୁଳିଡ଼ିହି ସରପଞ୍ଚ ପ୍ରତାପ ବିଶ୍ୱାଳ ଯୋଗଦେଇ ରକ୍ତଦାତା ଏବଂ ଆୟୋଜକ ବିଜୁ ଯୁବ ଜନତା ଦଳର କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ତେବେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ଚାନ୍ଦବାଲି ଅଞ୍ଚଳର ଯୁବନେତା ପ୍ରିନ୍ସ ରାକେଶ ନାୟକଙ୍କ ଶୁଭ ଜନ୍ମଦିନ ଦିନ ଅବସରରେ ଏହି କାର୍ଯ୍ୟକ୍ରମଟି କରା ଯାଇଥିବାର ଜଣା ପଡିଛି । ପ୍ରଥମେ ଶ୍ରୀନାୟକଙ୍କୁ ବନ୍ଦ।ପନା କରାଯାଇ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ପରେ ଏକ ଶୋଭାଯାତ୍ରାରେ ଶ୍ରୀନାୟକ ରକ୍ତଦାନ ଶିବିର ପର୍ଯ୍ୟନ୍ତ ଯାଇଥିଲେ । (ରିପୋର୍ଟ -ପ୍ରଶାନ୍ତ କୁମାର ପାଣି)