ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର : ଟଳିନି ମ୍ୟୁକ୍ରମାଇକୋସିସ୍ର ଭୟ ଏହି ରୋଗୀରେ ପୀଡ଼ିତ ହୋଇ ଏମ୍ସରେ ଏବେବି ୨୦ ରୋଗୀ ଚିକିସ୍ଥିତ ହେଉଛନ୍ତି। ଇଏନ୍ଟି ବିଭାଗର ବିଶେଷଜ୍ଞ ଡାକ୍ତର ସି . ପ୍ରୀତମ କହିଛନ୍ତି , ମ୍ୟୁକ୍ରମାଇକୋସିସ୍ର ନେଇ ଲୋକେ ସଚେତନ ହେଲେଣି। ଏଥିଯୋଗୁଁ ଦ୍ବିତୀୟ ଲହର ତୁଳନାରେ ତୃତୀୟ ଲହରରେ ଏହା ସେତେ ବ୍ୟାପିବ ନାହିଁ ବୋଲି ଆଶା ରହିଛି। ଶିଶୁମାନଙ୍କ ମଧ୍ୟରେ ମ୍ୟୁକ୍ରମାଇକୋସିସ୍ର ହେବାର ଆଶଙ୍କା କମ ଥିଲେ ମଧ୍ୟ କେମୋଥେରାପି ନେଉଥିବା , ମଧୁମେହ ରୋଗରେ ପୀଡ଼ିତ ଶିଶୁ ରୋଗୀଙ୍କ ଅଭିଭାବକ ସତର୍କ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଷ୍ଟେରଏଡ ନେଉଥିବା ବ୍ୟକ୍ତି ମଧୁମେହକୁ ନିୟନ୍ତ୍ରଣ କରିବାକୁ ଡ . ପ୍ରୀତମ କହିଛନ୍ତି ।
କୋଭିଡ଼ ପରର ଜଟିଳତାର ସର୍ବାଧିକ ବଡ଼ ପ୍ରଭାବ ଭାବେ ମ୍ୟୁକ୍ରମାଇକୋସିସ୍ର ଦେଖାଦେଇଥିଲା । ପୂର୍ବରୁ ଏହି ଫଙ୍ଗସ ଥିଲେ ମଧ୍ୟ ରୋଗୀ ସଂଖ୍ୟା ଏତେ ନଥିବାରୁ ଏସମ୍ପର୍କରେ ଅଧିକାଶ ଅବଗତ ନଥିଲେ । ହେଲେ ମେ ଏବଂ ଜୁନ୍ ମାସ ସ୍ଥିତି ବଦଳାଇ ଦେଇଥିଲା । ଏହି ଫଙ୍ଗସ ନାକ , ଆଖି ଦେଇ ଶରୀରକୁ ସଂକ୍ରମିତ କରି ଜୀବନ ନେଇ ଯାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଏହି ସମୟରେ ଏମ୍ସରେ ପ୍ରତିଦିନ ଅନେକ ସଂଖ୍ୟାରେ ରୋଗୀ ଚିକିତ୍ସିତ ହେଉଥିଲେ । ୩ ମାସରେ ଏହି ଡାକ୍ତରଖାନାର ୯୦ ଜଣ ମ୍ୟୁକ୍ରମାଇକୋସିସ୍ର ଚିକିତ୍ସିତ ହୋଇଥିଲେ । ସେଥିରୁ ଚିକିତ୍ସାଧୀନ ଅବସ୍ଥାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୮ ସୁସ୍ଥ ହୋଇଛନ୍ତି । ୩୩ ଜଣ କେବଳ ଇଏନଟି ବିଭାଗରେ ଚିକିତ୍ସାଧୀନ ଥିଲେ । ସମୁଦାୟ ୯୦ ରୋଗୀଙ୍କ ମଧ୍ୟରୁ ୩୭ ଜଣ ରେଫର ହୋଇ ବିଭିନ୍ନ ଡାକ୍ତରଖାନାରୁ ଆସିଥିଲେ । ଏମାନଙ୍କ ଅବସ୍ଥା ଆହୁରି ଜଟିଳ ହୋଇଥିଲା । ଏମ୍ସ ପକ୍ଷରୁ ୧.୪୨ କୋଟି ଟଙ୍କା ଖର୍ଚ କରାଯାଇ ୪୧୧୦ଟି ଭାଏଲ ରୋଗୀଙ୍କୁ ଦିଆଯାଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।
ସାଧାରଣରେ ଧାରଣା ରହିଛି ଯେ ଦୀର୍ଘଦିନ ଧରି ଆଇସିୟୁରେ ଚିକିତ୍ସତ କୋଭିଡ୍ ଆକ୍ରାନ୍ତମାନେ ମ୍ୟୁକ୍ରମାଇକୋସିସ୍ର ହୋଇଥାଏ । ମାତ୍ର କେନ୍ଦୁଝର ଜିଲ୍ଲାର ଅମ୍ବର ଖଟୁଆ କହିଛନ୍ତି , ଏପ୍ରିଲ ୨୭ରେ କରୋନା ଯୋଗୁଁ ଏମ୍ସରେ ୨ଦିନ ଚିକିତ୍ସାଧୀନ ଥିଲେ ସମୟରେ ତାଙ୍କୁ ଅକ୍ସିଜେନ ଲାଗିଥିଲେ ମଧ୍ୟ ସେ ଆଇସିୟୁରେ ଭର୍ତ୍ତି ହୋଇନଥିଲେ । ଏହା ସତ୍ତ୍ୱେ ସେ ମ୍ୟୁକ୍ରମାଇକୋସିସ୍ର ଶିକାର ହୋଇଥିଲେ। କୋଭିଡରୁ ସୁସ୍ଥ ହେବାର କିଛି ଦିନ ପରେ ପ୍ରଥମେ ଦାନ୍ତ ଏବଂ ପରେ ଆଖି କଷ୍ଟ ହୋଇଥିଲା ପରେ ତାଙ୍କର ନାକରୁ ପଚା ପାଣି ବାହାରୁ ଥିଲା । ଏଥିଯୋଗୁଁ ପ୍ରଥମେ କେନ୍ଦୁଝର ଏବଂ ପରେ ଭୁବନେଶ୍ବରରେ ସ୍ଥିତ ଆଖି ଡାକ୍ତରଖାନାରେ ଆଖି ପରୀକ୍ଷା କରାଇଥିଲେ। ଏହାପରେ ମ୍ୟୁକ୍ରମାଇକୋସିସ୍ର ଆଶଙ୍କାରେ ସେ ଏମ୍ସରେ ଦେଖାଇଥିଲେ। ସେଠାରେ ତାଙ୍କର ଏମଆରଆଇ ଏବଂ ଏଣ୍ଡୋସ୍କୋପିରେ ଫଙ୍ଗସ ଚିହ୍ନଟ ହୋଇଥିଲା । ଏହାପରେ ଜୁନ ୨୨ରେ ସେ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ତୁରନ୍ତ ତାଙ୍କ ଶରୀରରୁ ଫଙ୍ଗସକୁ ବାହାର କରି ଦିଆଯାଇଥିଲା । ଏହାପରେ ୨୬ ତାରିଖରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ହେଲେଣି ଏହାପରେ ମଧ୍ୟ ତାଙ୍କୁ ଦୁର୍ବଳତା ଅନୁଭବ ହେଉଥିବାର ସେ କହିଛନ୍ତି। ତାଙ୍କୁ ୬ ମାସ ପାଇଁ ଡାକ୍ତର ସ୍ବତନ୍ତ୍ର ଔଷଧ ମଧ୍ୟ ଦେଇଥିଲେ । ଏହାବାଦ ନିୟମିତ ବ୍ୟବଧାନରେ ତାଙ୍କୁ ଯାଞ୍ଚ ପାଇଁ ଡାକ୍ତରଖାନାକୁ ମଧ୍ୟ ଯିବାକୁ ପଡ଼ୁଛି।