ସନ୍ଷ୍ଚାର ଟିଭି ବ୍ୟୁରୋ
ଉତ୍ତରପ୍ରଦେଶରେ ଲଭ ଜିହାଦ ଉପରେ ଲଗାମ ଲଗାଇବାକୁ ରାଜ୍ୟ ସରକାରଙ୍କ ଦ୍ବାରା ପାରିତ କରାଯାଇଥିବା ଅଧ୍ୟାଦେଶକୁ ରାଜ୍ୟପାଳ ଆନନ୍ଦିବେନ ପଟେଲ ମଞ୍ଜୁରୀ ଦେଇଛନ୍ତି । ଏହି ନୂଆ ନିୟମ ଆଜିଠାରୁ ଉତ୍ତରପ୍ରଦେଶରେ ଲାଗୁ ହୋଇଛି ।
up prohibition Of unlawful conversion of religion ordinance 2020 ମୁତାବକ ଧୋକା ଦେଇ କିମ୍ବା ବଳପୂର୍ବକ ଧର୍ମ ବଦଳାଉଥିବା ବ୍ୟକ୍ତିକୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବ । ପୂର୍ବରୁ ଉତ୍ତରପ୍ରଦେଶ ସରକାର ଘୋଷଣା କରିଥିଲେ କି ଆମେ ଲଭ୍ ଜିହାଦ ଉପରେ ନୂଆ ନିୟମ ଆଣିବୁ । ଯାହା ଫଳରେ ଲୋଭ, ଚାପ, ଧମକ ଦ୍ବାରା ବିବାହ କରାଇବା କିମ୍ବା କରିବା ଘଟଣା ବନ୍ଦ ହୋଇପାରିବ । ୟୁପି ସରକାରଙ୍କ ଏହି ନୂଆ ନିୟମ ମୁତାବକ ଧୋକା ଦେଇ ଧର୍ମପରିବର୍ତ୍ତନ କଲେ ୧୫ ହଜାର ଟଙ୍କାର ଜରିମାନା ସହ ୧ ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ପ୍ରାବଧାନ ରହିଛି । ଯଦି ଏସଟି-ଏସଟି ସମ୍ପ୍ରଦାୟର ନାବାଳିକା କିମ୍ବା ମହିଳାଙ୍କ ସହ ଏପରି ହେଲେ ୨୫ ହଜାର ଜରିମାନା ସହ ୩ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ରହିଛି ।