ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ଆଜି ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛି ଭାରତ। ଏହି ଅବସରରେ ଭାରତୀୟ ପୁରୁଷ ହକି ଟିମର ଅଧିନାୟକ ମନପ୍ରୀତ ସିଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଏକ ଭିଡିଓ ମାଧ୍ୟମରେ ନିଜ ଦଳର ସଫଳତାର ଶ୍ରେୟ ନବୀନଙ୍କୁ ଦେଇଛନ୍ତି। ମନପ୍ରୀତଙ୍କ କହିବା ଅନୁସାରେ ନବୀନଙ୍କ ବିନା ସହାୟତାରେ ତାଙ୍କର ଏହି ସ୍ୱପ୍ନ ସାକାର ହୋଇପାରିନଥାନ୍ତା । ମନପ୍ରୀତ ଟ୍ୱିଟର ଯୋଗେ ଏକ ଭିଡିଓ ଜାରି କରି ଏହି ବାର୍ତ୍ତା ଦେଇଛନ୍ତି।