ସନଷ୍ଟାର ଟିଭି ବ୍ୟୁରୋ

ଟୋକିଓ: ଆଜି ଟୋକିଓ ଅଲିମ୍ପିକ୍ସର ୧୪ ତମ ଦିନ।ଆଜି ଦିନଟି ଭାରତୀୟ ଖେଳାଳୀଙ୍କ ପାଇଁ ଅତ୍ୟନ୍ତ ଭଲ ସାବ୍ୟସ୍ତ ହୋଇଛି। ରବି କୁମାର ଦାହିୟା ୫୭ କିଲୋଗ୍ରାମ ବର୍ଗରେ ରୋପ୍ୟପଦକ ଜିତିଲେ ରବି। ଏହାସହ ଟୋକିଓ ଅଲମ୍ପିକ୍ସରେ ଭାରତକୁ ଆଉ ଏକ ପଦକ। ଫାଇନାଲରେ ଋଷିଆର ଜଉର୍ ଉଗେଭ୍ଙ୍କ ଠାରୁ ହାରିଲେ ରବି ଦାହିୟା। ଜଇର ଉଗୁଏଭ୍ଙ୍କ ଠାରୁ ୪-୭ ସେଟ୍ରେ ପରାସ୍ତ ହୋଇଛନ୍ତି ରବି ଦାହିୟା । ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଋଷ ରେସଲର ଉଗୁଏଭ୍ । ତାଙ୍କର ଏହି ସଫଳତା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି।
ସୁଶୀଲ କୁମାରଙ୍କ ପରେ କୁସ୍ତିରେ ରୌପ୍ୟ ପଦକ ଜିତାଇଥିବା ଦାହିୟା ହେଉଛନ୍ତି ଦ୍ବିତୀୟ ଭାରତୀୟ ଖେଳାଳି। ଏହା ସହିତ ଭାରତର ପଦକ ସଂଖ୍ୟାରେ ଆଉ ଏକ ମେଡାଲ ଯୋଡି ହୋଇଛି । ରବିଙ୍କ ରୌପ୍ୟ ପଦକ ସହ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।