ସନଷ୍ଟାର ଟିଭି ବ୍ୟୁରୋ

ଟୋକିଓ :ଟୋକିଓ ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ଟିମ୍ ପଦକ ଜିତି ଇତିହାସ ରଚିଛି । ଏହି ଅବସରରେ ଭାରତୀୟ ଟିମ ସହ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି। ଏଥିରେ ଥିବା ଦୁଇ ଓଡିଆ ଖେଳାଳୀଙ୍କ ପରିବାର ସହ ମଧ୍ୟ କଥା ହୋଇଛନ୍ତି। ଏହାସହ ଓଡିଶା ଅଲିମ୍ପିକ୍ସ ଆସୋସିଏସନ ତରଫରୁ ୧ଲକ୍ଷ ଲେଖାଏଁ ପୁରଷ୍କାର ରାଶି ଘୋଷଣା କରାଯାଇଛି। ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି ଭାରତ ହକିଟିମ । ଏଥିଲାଗି ଦେଶ ସମେତ ସାରା ରାଜ୍ୟରେ ଖୁସିର ମାହୋଲ ଖେଳି ଯାଇଛି।