ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର : ଏଣିକି ଆଉ ଲୋଡା ନାହିଁ ଆଣ୍ଟିଜେନ/ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ । ରାଜ୍ୟ ବାହାରୁ ଓଡ଼ିଶାକୁ ଆସିବା ପାଇଁ ପୂର୍ବରୁ ବଳବତ୍ତର ଥିବା ସମସ୍ତ କଟକଣାକୁ ବର୍ତ୍ତମାନ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାକୁ ଆସିବା ପାଇଁ ଆଣ୍ଟିଜେନ/ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାକରଣ ପ୍ରମାଣପତ୍ର ଆଉ ଦରକାର ପଡ଼ିବ ନାହିଁ ।
ପୂର୍ବରୁ ଓଡ଼ିଶା ଆସିବା ପାଇଁ ପ୍ରମାଣପତ୍ର ଅତ୍ୟନ୍ତ ଆବଶ୍ୟକ ଥିଲା। ଏନେଇ ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ଦେଶରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଥିବାବେଳେ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ହାର ୨% ପାଖାପାଖି ରହୁଛି।
ଲୋକଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନଲକ୍ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି । ଏଥିପାଇଁ ପୂର୍ବରୁ ଲାଗୁ ହୋଇଥିବା କଟକଣାଗୁଡ଼ିକୁ କ୍ରମଶଃ ହଟାଯାଉଛି ।