ସନଷ୍ଟାର ଟିଭି ବ୍ୟୁରୋ

ଟୋକିଓ :ଟୋକିଓ ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ଟିମ୍ ପଦକ ଜିତି ଇତିହାସ ରଚିଛି । ଏହି ଅବସରରେ ଭାରତୀୟ ଟିମ ସହ କଥା ହେଲେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ । କଲରେ ମାଧ୍ୟମରେ କଥା ହେଲେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ। ଗୁରୁବାର ଖେଳାଯାଇଥିବା ଜର୍ମାନୀ ବିପକ୍ଷ ମୁକାବିଲାରେ ଟିମ୍ ଇଣ୍ଡିଆ ୫-୪ ଗୋଲରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାସଲ କରିଛି। ଏହା ସହିତ ଦେଶବାସୀଙ୍କର ହୃଦୟ ଜିଣିନେଇଛି ଭାରତୀୟ ହକି ଟିମ୍। ଏହି ଐତିହାସିକ ସଫଳତାକୁ ନେଇ ଭାରତୀୟ ଦଳକୁ ଚାରିଆଡୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଛି । ଦଳ ଜବରଦସ୍ତ ବିଜୟ ହାସଲ କରି ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି । ଭାରତ ପାଇଁ ଏହା ହେଉଛି ଐତିହାସିକ ବିଜୟ । ଏହି ବିଜୟ ଆଗାମୀ ପିଢିର ଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ ହେବ।