ସନଷ୍ଟାର ଟିଭି ବ୍ୟୁରୋ
ଟୋକିଓ: ଆଜି ଟୋକିଓ ଅଲିମ୍ପିକ୍ସର ୧୩ ତମ ଦିନ।ଆଜି ଦିନଟି ଭାରତୀୟ ଖେଳାଳୀଙ୍କ ପାଇଁ ଅତ୍ୟନ୍ତ ଭଲ ସାବ୍ୟସ୍ତ ହୋଇଛି। କିନ୍ତୁ ଫାଇନାଲରେ ଆର୍ଜଟେନା ଠାରୁ ହରିଛି ଭାରତ। ଫାଇନାଲରେ ନିଜର ସ୍ଥାନ ବଜାୟୀ ରଖିବାରେ ଅସର୍ମଥ ହୋଇଛି ଭାରତ। ଆଜି ଭାରତୀୟ କୁସ୍ତିଯୋଦ୍ଧାମାନେ ନିଜର ଭଲ ପ୍ରଦର୍ଶନ କରିଛନ୍ତି। ରବି କୁମାର ଦାହିୟା ୫୭ କିଲୋଗ୍ରାମ ବର୍ଗରେ କାଜାଖସ୍ତାନର ନୁର ଇସଲାମ ସାନାୟେଭଙ୍କୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଏହାସହ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ପକ୍କା ହୋଇଛି।
ଏହାପୂର୍ବରୁ ବୁଧବାର ଲଭଲିନା ଟୋକିଓ ଅଲିମ୍ପିକ୍ସରେ ୬୯ କିଲୋଗ୍ରାମ ବର୍ଗର ସେମିଫାଇନାଲରେ ତୁର୍କୀର ବିଶ୍ୱ ଚାମ୍ପିଅନ ବୁସେନାଜ ସୁରମେନେଲିଙ୍କୁ ହରାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ବ୍ରୋଞ୍ଜ ପଦକ ସହିତ ଟୋକିଓ ଗେମ୍ସରେ ଭାରତ ତୃତୀୟ ପଦକ ପାଇଛି।