ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ବୁଧବାର ଦିନ ନଅ ବର୍ଷର ନାବାଳିକାଙ୍କ ପିତାମାତାଙ୍କୁ ସାକ୍ଷାତ କରିଛନ୍ତି। ଯାହାର କିଛି ଦିନ ପୂର୍ବରୁ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ନାବାଳିକାଙ୍କ ପରିବାର ଝିଅକୁ ବଳାତ୍କାର କରିବା ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ରାହୁଲ ଗାନ୍ଧୀ ଆଜି ସେ ନାବାଳିକାଙ୍କ ପିତାମାତାଙ୍କୁ ଭେଟି ଗୋଟେ ଫଟୋ ସେୟାର କରି ଟ୍ୱିଟ୍ କରି କହିଛନ୍ତି ଯେ ସେମାନଙ୍କର ଝିଅ, ଦେଶର ଭି ଝିଅ,ତାଙ୍କୁ ନ୍ୟାୟ ମିଳିବା ନିହାତି ଆବଶ୍ୟକ ଏବଂ ତାଙ୍କୁ ଏହି ଲଢ଼େଇରେ ମୁଁ ତାଙ୍କ ସହ ଅଛି।
ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ଅନେକ ପ୍ରଶ୍ନ ପଚାରି ରାହୁଲଙ୍କ ଏହି ସାକ୍ଷାତକାର ଉପରେ ପ୍ରଶ୍ନ ଉଠାଇଛି। ରାହୁଲଙ୍କ ଟ୍ୱିଟ୍ ଉପରେ ବିଜେପି ମନ୍ତବ୍ୟ ଦେଇ ଗମ୍ଭୀର ଅଭିଯୋଗ ଆଣିଛି। ଏହି ସାକ୍ଷାତକାର ଏକ ପ୍ରକାର ରାଜନୈତିକ ଆଡ। ବିଜେପି ରାହୁଲଙ୍କ ଉପରେ POCSO ଆକ୍ଟ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି। ଦଳ କହିଛି ଯେ ପୀଡିତାଙ୍କ ପରିବାର ସଦସ୍ୟଙ୍କ ପରିଚୟ ପ୍ରକାଶ କରି ଏହି ନିୟମ ଉଲ୍ଲଂଘନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ବିଜେପି ମୁଖପାତ୍ର ସମ୍ବିତ ପତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ରାହୁଲ ଗାନ୍ଧୀ ରାଜନୈତିକ ଫାଇଦା ପାଇଁ ଆଜି ପୀଡ଼ିତାଙ୍କ ପିତାମାତାଙ୍କ ଫଟୋ ଟ୍ୱିଟ କରିଛନ୍ତି ଯାହା POCSO ଅଧିନିୟମର ଉଲ୍ଲଂଘନ। ଏନେଇ ବିଜେପି ରାହୁଲ ଗାନ୍ଧୀଙ୍କୁ ଜବାବ ମାଗିଛି।