ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ମେଡିକାଲ ଶିକ୍ଷା କ୍ଷେତ୍ରରେ ମୋଦୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ମେଡିକାଲ ଓ ଡେଣ୍ଟାଲ କ୍ଷେତ୍ରରେ ଓବିସି ବର୍ଗର ଛାତ୍ରୀ ଛାତ୍ରଙ୍କୁ ୨୭ ପ୍ରତିଶତ ଓ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ। ଅଲ ଇଣ୍ଡିଆ କୋଟା ଅନ୍ତର୍ଗତ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟରେ ସଂରକ୍ଷଣ ଲାଗୁ ହେବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ମେଡିକାଲ ଓ ଡେଣ୍ଟାଲ କ୍ଷେତ୍ରରେ ଓବିସି ଏବଂ ଆର୍ଥିକ ଅନଗ୍ରସର ବର୍ଗର ୫,୫୫୦ଜଣ ଲାଭାନ୍ୱିତ ହେବେ। ଚଳିତ ଶିକ୍ଷା ବର୍ଷରୁ ଏହି ନିୟମ ଲାଗୁ ହେବ।