ସନ୍ଷ୍ଟାର ଚିଭି ବ୍ୟୁରୋ
କଟକ: ଆଜି ହେଉଛି ପବିତ୍ର ବଡଓଷା । ଦୀର୍ଘ ୨୫ ବର୍ଷ ପରେ ଆଠଗଡର ଧବଳେଶ୍ଵର ମନ୍ଦିରରେ ମହାଦେବ ଆଜି କିରାତଅର୍ଜୁନ ବେଶରେ ସଜ୍ଜିତ ହେବାକୁ ଯାଉଛନ୍ତି ।କିନ୍ତୁ କରୋନା କଟକଣା ପାଇଁ ଶ୍ରଦ୍ଧାଳୁମାନଙ୍କୁ ଧବଳେଶ୍ୱର ଯିବାକୁ ବାରଣ କରାଯାଇଛି ।ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୧୪୪ ଧାରା ଲାଗୁ କରାଯାଇଛି ।ଧବଳେଶ୍ଵର ମନ୍ଦିରର ଆଖପାଖ ଅଞ୍ଚଳକୁ ଯିବାକୁ ମଧ୍ୟ ବାରଣ କରାଯାଇଛି । ଆଜି ବିନା ଭକ୍ତରେ ପୂଜା ପାଉଛନ୍ତି ବାବା ଧବଳେଶ୍ୱର ।
ବଡଓଷା ଅବସରରେ ମହାଦେବଙ୍କଠାରେ ସ୍ୱତନ୍ତ୍ର ଭୋଗ ଲାଗି ହୋଇଥାଏ । ଏହାକୁ କୁହାଯାଏ ଗଜା ପିଠା । ଅରୁଆ ଚାଉଳ ଚୂନାରେ ଏହି ପିଠା ପ୍ରସ୍ତୁତ ହୁଏ । ମହାଦେବଙ୍କୁ ଅର୍ପଣ ପରେ ଭକ୍ତମାନେ ଏହାକୁ ସେବନ କରିଥାନ୍ତି । ପଦ୍ମ ପୁରାଣ ଅନୁସାରେ ବ୍ରହ୍ମାଙ୍କ ଦ୍ୱାରା ଶାପଗ୍ରସ୍ତ ହେବା ପରେ ଦେବରାଜ ଇନ୍ଦ୍ର ଧବଳେଶ୍ୱର ପୀଠକୁ ଆସି ମହାନଦୀରେ ବୁ଼ଡ ମାରି ଶାପମୁକ୍ତ ହୋଇଥିଲେ ।