ସନଷ୍ଟାର ଟିଭି ବ୍ୟୁରୋ

ପୂରୀ:“ୟୁନାଇଟେଡ୍ ବାଏ ଇମୋସନ୍ “ଏହି ଲକ୍ଷ୍ୟରେ ପ୍ରତି ଚାରି ବର୍ଷରେ ଥରେ ଅଲିମ୍ପିକ୍ ଖେଳ ଅନୁଷ୍ଠିତ କରାଯାଇଥାଏ। ଅଲିମ୍ପିକ୍ ହେଉଛି ଏକ ଆନ୍ତର୍ଜାତୀୟ କ୍ରୀଡା ମହାକୁମ୍ଭ। ଏହାର ମୂଳ ଲକ୍ଷ୍ୟ ହେଉଛି କ୍ରୀଡା ମାଧ୍ୟମରେ ସମଗ୍ର ବିଶ୍ୱର ଯୋଗଦାନ । ଅଲିମ୍ପିକ୍ସ ରେ ପ୍ରାୟ ୨୦୦ ରୁ ଅଧିକ ଦେଶ, ୫୦୦ରୁ ଅଧିକ ଇଭେଣ୍ଟରେ ଅଂଶଗ୍ରହଣ କରିଥାନ୍ତି । ଏହା ଏକ ମାତ୍ର ପ୍ଲାଟଫର୍ମ ଯେଉଁଠାରେ ବିଶ୍ୱ ପ୍ରତିଯୋଗିତା, ପ୍ରେରଣା ଏବଂ ଏକତାକୁ ଦର୍ଶାଇ ଥାଏ। ଏହାସହ ଟୋକିଓ ଅଲମ୍ପିକ କମିଟି ତାର ନୂତନ ଆଭିମୁଖ୍ୟକୁ “ଶୀଘ୍ର, ଉଚ୍ଚ, ଶକ୍ତିଶାଳୀ ଏବଂଏକାଠି କୁ ପରିବର୍ତ୍ତନ କରିଛି।
ଚଳିତ ବର୍ଷ କରୋନ କଟକଣା ପାଇଁ ଅଲିମ୍ପିକ୍ ରେ କୌଣସି ଦର୍ଶକଙ୍କକୁ ଆସିବାକୁ ଅନୁମତି ଦିଆଯାଇ ନାହିଁ। ହେଲେ ସମର୍ଥକଙ୍କ ମାନଙ୍କୁ କୋଭିଡ କଟକଣା ରୋକି ପାରି ନାହିଁ। କିଏ ବାଲୁକା ଚିତ୍ର ମାଧ୍ୟମରେ ଉତ୍ସାହିତ କରୁଛନ୍ତି ତ କିଏ ନିଜ ଟ୍ବିଟର ମାଧ୍ୟମରେ ପୋଷ୍ଟ କରୁଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ଭାରତରୁ ଅଂଶ ଗ୍ରହଣ କରିଥିବା ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ପାଇଁ କିଛିଟା ଅଲଗା କରିଦେଖାଇ ବାକୁ ଚେଷ୍ଟା କରିଛନ୍ତି ପୂରୀର ବିଶ୍ବଜିତ। ସେ ମୋଟ ୩୬୫ ଟି ଆଇସକ୍ରିମ୍ ଷ୍ଟିକ୍ ବ୍ୟବହାର କରି ଟୋକିଓ ଅଲମ୍ପିକର ଲୋଗୋ ର୍ନିମାଣ କରିଛନ୍ତି। ତାଙ୍କୁ ଏହି ଶିଳ୍ପ ସଂପୂର୍ଣ୍ଣ କରିବାକୁ ୫ ଦିନ ସମୟ ଲାଗିଥିଲା। ଏହି ଶିଳ୍ପରେ ସେ ଅଲମ୍ପିକ ଖେଳର କିଛି ପ୍ରତିଯୋଗୀତାର ଲୋଗୋ ତିଆରି କରିଛନ୍ତି। ସେ ତାଙ୍କର ଏହି ଶିଳ୍ପ ମାଧ୍ୟମରେ ଭାରତୀୟ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।