ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଝିଅ ମାନେ କାହା ଠୁ କମ ନୁହନ୍ତି। ଏହି ଉକ୍ତି କୁ ପ୍ରମାଣିତ କରିଛନ୍ତି ପ୍ରିୟା।ବିଶ୍ୱ କ୍ୟାଡେଟ କୁସ୍ତିରେ ଭାରତକୁ ସ୍ୱର୍ଣ୍ଣ ପଦକ ହାସଲ ହୋଇଛି। ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଗର୍ବ ସାଉଁଟିଛନ୍ତି ପ୍ରିୟା ମଲ୍ଲିକ। ବୁଲଗେରିଆ ପ୍ରତିଯୋଗୀଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ପ୍ରିୟା। ଫଳରେ ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି। ରେଙ୍ଗଲର ପ୍ରିୟା ମଲିକ ହଙ୍ଗେରୀରେ ଅନୁଷ୍ଠିତ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି।
ଏହା ପରେ ଦେଶକୁ ଏକ ଆନ୍ତର୍ଜାତୀୟ ସ୍ତରରେ ଗର୍ବିତ କରିଛନ୍ତି। ଗତକାଲି ଟୋକି ଅଲିମ୍ପିକ୍ସରେ ମୀରବାଇ ଚାନୁ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ। ଏହାର ଠିକ୍ ଦିନକ ପରେ ଦେଶକୁ ପୁଣିଥରେ ଗର୍ବିତ କରାଇଛନ୍ତି ଆଉ ଜଣେ ମହିଳା ରେସଲର ପ୍ରିୟା।