ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟ ସରକାର ଗତ ଗୁରୁବାର ଦିନ କାର୍ଯ୍ୟରତ ସାମ୍ଵାଦିକମାନଙ୍କ ପାଇଁ “ଓଡିଶା ରାଜ୍ୟ କାର୍ଯ୍ୟରତ ସାମ୍ଵାଦିକ ମଙ୍ଗଳ ଆଇନ୍-୨୦୦୬” ସଂଶୋଧନ ବିଲ ଆଗତ କରିଛନ୍ତି । ଯାହା ‘ଓଡିଶା ରାଜ୍ୟ କାର୍ଯ୍ୟରତ ସାମ୍ଵାଦିକ ମଙ୍ଗଳ ଆଇନ୍- ୨୦୨୦’ ରେ ପରିଚିତ ହେବାକୁ ଯାଉଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ଏହି ବିଜ୍ଞପ୍ତି ଅନୁଯାୟୀ,
– କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ।
– ସ୍ଵାସ୍ଥ୍ୟ ବୀମାକୁ ଛାଡ଼ି କାର୍ଯ୍ୟରତ ସାମ୍ବାଦିକ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ କିଡ୍ନୀ, ହୃଦ୍ରୋଗ ଓ କର୍କଟ ପରି ଜଟିଳ ରୋଗରେ ପୀଡ଼ିତ ହେଲେ ଚିକିତ୍ସା ପାଇଁ ସରକାର ଅତିରିକ୍ତ ଆର୍ଥିକ ସହାୟତା ଯୋଗାଇବେ।
-ସେହିପରି ସାମ୍ବାଦିକଙ୍କୁ ୩ ପ୍ରତିଶତ ସୁଧରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ମିଳିବ।
-ଏଥିସହ ସରକାର ତାଙ୍କ ପୁଅ ଝିଅଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ। ପିଲାଙ୍କ ପାଠପଢ଼ା ବାବଦକୁ ମାଟ୍ରିକ୍ ପର୍ଯ୍ୟନ୍ତ ମାସିକ ୧,୫୦୦ ଟଙ୍କା ଓ ଉଚ୍ଚଶିକ୍ଷା ପାଇଁ ୨,୫୦୦ ଟଙ୍କା ଦିଆଯିବ।
-ଏଥିସହ ୩ ପ୍ରତିଶତ ସୁଧରେ ଦୁଇଚକିଆ ଗାଡ଼ି କିଣିବାକୁ ସର୍ବାଧିକ ୫୦ ହଜାର ଟଙ୍କା ଓ ଚାରିଚକିଆ ଗାଡ଼ି ପାଇଁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ତେବେ ସାମ୍ବାଦିକଜଣକ ଯଦି ନିୟମିତ ଭାବେ ନିଜ କିସ୍ତି ପୈଠ କରୁଥିବେ ତେବେ ତାଙ୍କୁ ଏହି ସୁଯୋଗ ମିଳିବ। ଅର୍ଥାତ୍, ସମ୍ପୃକ୍ତ ସାମ୍ବାଦିକ ଗୋଟିଏ ବର୍ଷରେ ଯେତିକି ପରିମାଣର ସୁଧ ବ୍ୟାଙ୍କ୍ରେ ପରିଶୋଧ କରିଥିବେ ତାର ୩ ପ୍ରତିଶତ ଅର୍ଥ ସରକାର ଯୋଗାଇଦେବେ ।
-କାର୍ଯ୍ୟରତ ସାମ୍ବାଦିକ ଯଦି ଦୁର୍ଘଟଣା, ରୋଗ କିମ୍ବା ଅନ୍ୟ କୌଣସି କାରଣ ପାଇଁ ସବୁଦିନ ଲାଗି ଅକ୍ଷମ ହୋଇଯାନ୍ତି, ତେବେ ସରକାର ତାଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ।
-ଏହାଛଡ଼ା ସାମ୍ବାଦିକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଆଇଆଇଏମ୍ସିରେ ତାଲିମ ବ୍ୟବସ୍ଥା କରିବେ ସରକାର। ୫ ବର୍ଷର ଅଭିଜ୍ଞତା ଥିବା ସାମ୍ବାଦିକଙ୍କ ତାଲିମ ପାଇଁ ଜଣକ ପିଛା ସରକାର ୧୦ ହଜାର ଟଙ୍କା ଯୋଗାଇଦେବେ ।
State Govt in @IPR_Odisha has amended the “Odisha State Working Journalists Welfare Fund Rules-2006” The amendment shall be called as: “Odisha State Working Journalists Welfare Fund Amendment Rule-2020” pic.twitter.com/e3pEGDBweO
— I & PR Department, Odisha (@IPR_Odisha) November 26, 2020