ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଓଡିଶାର କ୍ୟାପିଟାଲ ହସ୍ପିଟାଲରେ ଗୁରୁବାର ଦିନ ଏମ୍ଆର୍ଆଇ (ମାଗ୍ନେଟିକ ରିଜୋନାନ୍ସ ଇମେଜିଙ୍ଗ) ପରୀକ୍ଷଣ ପାଇଁ ପ୍ରକଳ୍ପ ଲୋକାର୍ପିତ କରାଯାଇଛି। ଯାହା ଫଳରେ ରୋଗୀମାନେ ମାଗଣାରେ ଏମ୍ଆର୍ଆଇ ପରୀକ୍ଷଣର ସୁବିଧା ପାଇପାରିବେ । ଏହାକୁ ଲୋକାର୍ପିତ କରିଛନ୍ତି ଓଡିଶା ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ । ଏହି ଅବସରରେର ଶ୍ରୀଯୁକ୍ତ ଦାସ କହିଛନ୍ତି ଯେ ରାଜ୍ୟ ସରକାର ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ହେଉଛି ରାଜ୍ୟରେ ସମସ୍ତଙ୍କ ପାଖରେ ଉତ୍ତମ ସ୍ଵାସ୍ଥ୍ୟ ବ୍ୟବସ୍ଥା ପହଞ୍ଚାଇବା । ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଜନତା ତଥା ଅର୍ଥନୈତିକ କ୍ଷେତ୍ରରେ ଦୁର୍ବଳ ଲୋକମାନଙ୍କୁ ବିନା ମୂଲ୍ୟରେ ଚିକିତ୍ସା ଯୋଗାଇ ପାରିବା। ଏହି ପ୍ରକଳ୍ପରେ ପାଖାପାଖି ୮ କୋଟି ଟଙ୍କା ବ୍ୟୟ କରାଯାଇଛି ।
ଏହି ପ୍ରକଳ୍ପରେ ମସ୍ତିଷ୍କର ଆନଜିଓ, ଭେନୋଗ୍ରାମ୍, ଅରବିଟ୍, ମେରୁଦଣ୍ଡ, ମଣିବନ୍ଧ, କହୁଣୀ, କାନ୍ଧ, ମୁହଁ ଓ ବେକ, ତଳିପେଟ, ହାତଗୋଡ ଓ ପାଦ ଇତ୍ୟାଦିର ଆଭ୍ୟନ୍ତରୀଣ ପରୀକ୍ଷା ସମ୍ଭବ ହୋଇପାରିବ। । ସୂଚନା ଓ ଲୋକ ସମ୍ପର୍କ ବିଭାଗ ମଧ୍ୟ ଗତକାଲି ଟୁଇଟ କରି ଏଥି ନେଇ ସୂଚନା ଦେଇଛନ୍ତି ।
ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲରେ ଏମଆରଆଇ ପରୀକ୍ଷଣ ସୁବିଧା ଲୋକାର୍ପିତ ହୋଇଛି। ଏହି ବ୍ୟବସ୍ଥାରେ ମସ୍ତିଷ୍କର ଆନଜିଓ, ଭେନୋଗ୍ରାମ୍, ଅରବିଟ୍, ମେରୁଦଣ୍ଡ, ମଣିବନ୍ଧ, କହୁଣୀ, କାନ୍ଧ, ମୁହଁ ଓ ବେକ, ତଳିପେଟ, ହାତଗୋଡ ଓ ପାଦ ଇତ୍ୟାଦିର ଆଭ୍ୟନ୍ତରୀଣ ପରୀକ୍ଷା ସମ୍ଭବ ହୋଇପାରିବ। ଏହି ପ୍ରକଳ୍ପରେ ରୋଗୀଙ୍କୁ ବିନାମୂଲ୍ୟରେ ସେବା ମିଳିବ। pic.twitter.com/I1n20eb5YW
— I & PR Department, Odisha (@IPR_Odisha) November 26, 2020