ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଓଡିଶାର ପ୍ରଥମ ତଥା ସର୍ବପୁରାତନ ବିଶ୍ଵବିଦ୍ୟାଳୟ ଭାବେ ପରିଚିତ ଉତ୍କଳ ବିଶ୍ଵବିଦ୍ୟାଳୟ ପାଳନ କରୁଛି ୭୭ ତମ ଜନ୍ମ ଦିବସ ।୨୭ ନଭେମ୍ଵର ୧୯୪୩ ରେ ପ୍ରତିଷ୍ଠା ହୋଇଥିଲା ଉତ୍କଳ ବିଶ୍ଵବିଦ୍ୟାଳୟ । ସକାଳ ୧୦ ଟା ୩୦ ରେ ଉତ୍କଳ ବିଶ୍ଵବିଦ୍ୟାଳୟର ଧର୍ମପଦ ସମ୍ମିଳନୀ କକ୍ଷରେ ପ୍ରତିଷ୍ଠା ଦିବସ ପାଳନ ହେବ । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉତ୍କଳ ବିଶ୍ଵବିଦ୍ୟାଳୟର ପୁର୍ବତନ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ । ସଭା ଆରମ୍ଭରେ ଉତ୍କଳର ଥିମ ସଙ୍ଗ ବାଜିବ । ପରେ ପିଜି କାଉସିଲର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମର ମଲ୍ଲିକ ସ୍ଵାଗତ ଭାଷଣ ପ୍ରଦାନ କରିବେ ।ବିଶ୍ଵବିଦ୍ୟାଳୟର କୁଳସଚିବ ଡଃ. ଅଭୟ ନାୟକ ବିଶ୍ଵବିଦ୍ୟାଳୟ ରିପୋର୍ଟ ଉପସ୍ଥାପନ କରିବେ ।ନୂତନ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ବକ୍ତବ୍ୟ ପ୍ରଦାନ କରିବା ସହିତ ସ୍ମରଣୀକା ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି । ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ସମ୍ଵର୍ଦ୍ଧନା କରାଯିବାର ବ୍ୟବସ୍ଥା ରହିଛି । ଛାତ୍ର ମଙ୍ଗଳ ନିର୍ଦ୍ଦେଶକ ଡଃ. ଶୁଶାନ୍ତ କୁମାର ବଡମାଳି ଧନ୍ୟବାଦ ପ୍ରଦାନ କରିବେ ।
ତେବେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଫିକା ପଡିଛି ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠା ଦିବସ । ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ବେଳେ ସକାଳ ୮ ରେ ପୂର୍ବ ବର୍ଷ ଗୁଡିକ ଭଳି ପ୍ରଭାତ ଫେରି କାର୍ଯ୍ୟକ୍ରମ ହୋଇଥିବା ଜଣା ପଡିଛି । ତେବେ ଏ ବର୍ଷ ରକ୍ତଦାନ ଶିବିର ହେବ ନାହିଁ ବୋଲି ବିଶ୍ଵବିଦ୍ୟାଳୟର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।