ସନଷ୍ଟାର ଟିଭି ବ୍ୟୁରୋ

ଉତ୍ତରାଖଣ୍ଡ: ଗୁରୁବାର ଦିନ ଉତ୍ତରପ୍ରଦେଶ ପୋଲିସ କହିଛି ଯେ ସେମାନେ ଏକ ନକଲି RT- PCR ନକରାତ୍ମକ ରିପୋର୍ଟ ନେଇ ଡେରାଡୁନକୁ ଆସିଥିବା 13 ଜଣ ପର୍ଯ୍ୟଟକଙ୍କୁ ଧରିଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ କ୍ଲେମେଣ୍ଟ ଟାଉନ ଅଞ୍ଚଳରେ ଏହି ପର୍ଯ୍ୟଟକଙ୍କୁ ଗିରଫ କରାଯାଇଥିଲା। ଏହାସହ ଏଥିରେ କୁହାଯାଇଛି ଯେ ଚାରି ଜଣ ବ୍ୟକ୍ତି ନକଲି ଡକ୍ୟୁମେଣ୍ଟ ତିଆରି କରୁଥିବାରୁ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରାଯାଇଛି। ଏହି ପର୍ଯ୍ୟନ୍ତ ପ୍ରାୟ 100 ଟି ନକଲି RT-PCR ନକାରାତ୍ମକ ରିପୋର୍ଟ ଚିହ୍ନଟ ହୋଇଥିବାର ସୂଚନା ମିଳିଛି ।
ଯେହେତୁ କରୋନାଭାଇରସ ରୋଗ (କୋଭିଡ -19) କୁ ଉତ୍ତରାଖଣ୍ଡ ସରକାର ଆରାମ ଦେଇଥଲେ ଗତ କିଛି ସପ୍ତାହ ମଧ୍ୟରେ ମସୁରୀ ଏବଂ ନୈନିତାଲ ପରି ହିଲ ଷ୍ଟେସନରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା । ଯଦିଓ ସାମଗ୍ରିକ କର୍ଫ୍ୟୁ ଜୁଲାଇ 20 ପର୍ଯ୍ୟନ୍ତ ଜାରି ରହିଛି, ତଥାପି ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରିବାକୁ ରାଜ୍ୟ ସରକାର ଅନେକ ଆରାମ ଦେଇଛନ୍ତି। କରୋନା ସମୟରେ ଏପରି ଭିଡ ହେଉଥିବାରୁ ଉତ୍ତରପ୍ରଦେଶ ସରକାର ରାଜ୍ୟକୁ ଆସିବା ପୂର୍ବରୁ RT-PCR ନକରାତ୍ମକ ରିର୍ପୋଟ ଆଣି ଆସିବାକୁ ସୂଚନା ଦେଇଥିଲେ। ଉଲ୍ଲଂଘନକାରୀଙ୍କୁ ଧରିବା ପାଇଁ ପୋଲିସ ସୀମାନ୍ତ ପଏଣ୍ଟରେ ଚେକପୋଷ୍ଟ ମଧ୍ୟ ସ୍ଥାପନ କରିଛି।