ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପାଇଁ ପୁରୀ ବଡଦାଣ୍ଡରେ ୧୪୪ ଧାରା ଲାଗୁ ହୋଇଛି । ଏଥି ନେଇ ପୁରୀ ଏସ୍ପି କେ. ବିଶାଲ ସିଂ ସୂଚନା ଦେଇଛନ୍ତି । ଆଜି ରାତି ୨ଟାରୁ ଜାରି ହେବାକୁ ଯାଉଛି ୧୪୪ ଧାରା । ମରିଚକୋଟ ଛକରୁ ଶ୍ରୀମନ୍ଦିର ଚାରିପାଖ, ଦୋଳ ମଣ୍ଡପ ସାହି ଯାଏଁ ସର୍ବସାଧାରଣ ଗମନାଗମନକୁ ବନ୍ଦ ରଖାଯାଇଛି ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଯିବାପାଇଁ ୨୫ ପ୍ଲାଟୁନ ପୁଲିସ ଫୋର୍ସ ସହିତ ୨ ଅତିରିକ୍ତ ଏସ୍ପି, ୭ ଡିଏସ୍ପି, ୨୫୦ ହୋମଗାର୍ଡ ମୁତୟନ କରାଯିବ ।କରୋନା ସମୟରେ ଭକ୍ତମାନଙ୍କୁ ଭିଡ ରୋକିବା ପାଇଁ ଏଭଳି ନିଷ୍ପତି ନିଆଯାଇଛି ।
I ଦୀର୍ଘ ୨୫ ବର୍ଷ ପରେ ଏହି ବିରଳ ସଂଯୋଗ ଘଟିଛି । ଆସନ୍ତା କାଲି ପୁଣି ଥରେ ଶ୍ରୀଜଗନ୍ନାଥ ଏହି ରୂପରେ ଦର୍ଶନ ଦେବାକୁ ଯାଉଛନ୍ତି । ପୌରାଣିକ କଥାବସ୍ତୁ ଅନୁଯାୟୀ, ପର୍ଶୁରାମ ସହସ୍ରାର୍ଜ୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ । ଏହି ବେଶରେ ଚକ୍ର, ହଳ, ମୂଷଳ, ରଞକଧାନୀ, ଛୁରୀ,କଟୁରୀ,ବାଘଛାଲ,ସ୍ୱର୍ଣ୍ଣଶ୍ରୀଭୂଜ, ଶ୍ରୀପୟର,ବାଘନଖ ଆଦି ୧୬ ପ୍ରକାର ହତିଆର ଧାରଣ କରି ବୀର ରୂପରେ ଶୋଭା ପାଆନ୍ତି ତିନି ଠାକୁର । ଏହି ବେଶଟି ଯୋଦ୍ଧା ଓ ସନ୍ୟାସୀ ବେଶର ସମ୍ମିଶ୍ରଣ ଅଟେ ।