ସନଷ୍ଟାର ଟିଭି ବ୍ୟୁରୋ

ଉତ୍ତରପ୍ରଦେଶର :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରାଣାସୀ ଗସ୍ତ କରିବେ। ଏହି ଗସ୍ତ ସମୟରେ ସେ ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ। ଆଜି ବାରାଣାସୀରେ 1500 କୋଟିରୁ ଅଧିକ ମୂଲ୍ୟର ବିକାଶ କାର୍ଯ୍ୟର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ।
ପୂର୍ବାହ୍ନ ପ୍ରାୟ 11 ଟାରେ ପ୍ରଧାନମନ୍ତ୍ରୀ ବିଏଚୟୁରେ 100 ଶଯ୍ୟା ବିଶିଷ୍ଟ ଏମସିଏଚ୍ ୱିଙ୍ଗ୍, ଗୋଡାଉଲିଆରେ ମଲ୍ଟି ଲେଭଲ୍ ପାର୍କିଂ, ଗଙ୍ଗା ନଦୀରେ ପର୍ଯ୍ୟଟନ ବିକାଶ ପାଇଁ ରୋ-ରୋ ଜାହାଜ ଏବଂ ତିନି ଲେନ ବିଶିଷ୍ଟ ଫ୍ଲାଏ ଓଭର ବାରାଣାସୀ-ଗାଜିପୁର ରାଜପଥରେ ସେତୁ ସମେତ ବିଭିନ୍ନ ସାର୍ବଜନୀନ ପ୍ରକଳ୍ପ ଏବଂ କାର୍ଯ୍ୟର ଉଦଘାଟନ କରିବେ।