ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପିୟୁଷ୍ ଗୋୟଲ୍ ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳର ରାଜ୍ୟ ସଭାର ମୁଖ୍ୟ ଭାବେ ନିୟୋଜିତ ହୋଇଛନ୍ତି । ଏହା ପୂର୍ବରୁ ଥାଓ୍ବର୍ ଚାନ୍ଦ ଗେହେଲଟ୍ ରାଜ୍ୟ ସଭାର ଗୃହ ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ । ତେବେ ସେ କର୍ଣ୍ଣାଟକର 19 ତମ ରାଜ୍ୟପାଳ ହେବା ପରେ ଏହି ବିଜେପିର ଏହି ପଦବୀ ଖାଲି ପଡିଥିଲା । ତେବେ ପୀୟୁଷ ଗୋୟସଙ୍କୁ ଏହି ପଦବୀ ପାଇଁ ଯୋଗ୍ୟ ଭାବିଛନ୍ତି ବିଜେପି ମୁଖ୍ୟ ।
ମୌସୁମୀ ଅଧିବେଶନ ଆଉ କିଛି ଦିନ ବାକି ଥିବା ବେଳେ କେନ୍ଦ୍ର ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି । ତେବେ ଜୁଲାଇ 19ରୁ ଚଳିତ ବର୍ଷ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ଓ ଏହା 13 ଅଗଷ୍ଟ ଯାଏ ଚାଲିବ ।
ଏହି ପଦବୀରେ ଅଧିଷ୍ଠିତ ହେବା ପରେ ଏବେ ପିୟୁଷ ଗୋୟଲଙ୍କ ସ୍ଥାନ ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବସିବେ । ପିୟୁଷ ଗୋୟଲ 2010ରୁ ରାଜ୍ୟ ସଭା ସାଂସଦ ରହିଆସିଛନ୍ତି । ତେବେ ପିୟୁଷ୍ ଗୋୟାଲ୍ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବେଳେ ଖାଉଟି ବ୍ୟାପାର ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ ।ଏହା ପୂର୍ବରୁ ସେ ରେଳ ମନ୍ତ୍ରୀ ଭାବେ ବେଶ୍ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିଥିଲେ ।
ସୂଚନା ଅନୁସାରେ ଏହି ପଦ ପାଇଁ ନିର୍ମଳା ସୀତାରମଣଙ୍କ ନାମ ମଧ୍ୟ ଉଠିଥିଲା । ତେବେ ପରିଶେଷରେ ଏହି ପଦବୀରେ ପୀୟୁଷ ଗୋୟଲ ନିଯୁକ୍ତ ହୋଇଛନ୍ତି ।