ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଅରନେସ୍ ଆଲୋଆନ୍ସ(DA)ପୂର୍ବରୁ 17 ପ୍ରତିଶତ ଥିବା ବେଳେ ବର୍ତ୍ତମାନ 28 ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସପ୍ତମ ବେତନ କମିଶନ ଅନୁଯାୟୀ ଏହି ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ତେବେ ଜୁଲାଇ 1ରୁ ଲାଗୁ ହେବ ବୋଲି ଘୋଷଣା କରାଯାଇଛି । ଏନେଇ ଆଜି କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ହୋଇଛି । ଏହି ଘୋଷଣା ହେବା ପରେ କେନ୍ଦ୍ର ସରକାଙ୍କ ଅଧିନସ୍ଥ ଲକ୍ଷ ଲକ୍ଷ କାର୍ଯ୍ୟରତ କର୍ମଚାରୀ ଖୁସି ପ୍ରକାଶ କରିଛନ୍ତି । ଏହି ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ସରକାରଙ୍କୁ ପ୍ରାୟ 34,000 କୋଟି ଟଙ୍କା ବୟବରାଦ କରିବାକୁ ପଡିବ ।