ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମେଡିକାଲ ପ୍ରବେଶିକା ପରୀକ୍ଷା NEET ରେ ଯୋଡ଼ିହେଲା ଆଉ ଦୁଇଟି ଭାଷା । ଚଳିତ ବର୍ଷ 13 ଟି ଭାଷାରେ NEET(UG) ପରୀକ୍ଷା କରାଯିବ । ଚଳିତ ବର୍ଷ ପଞ୍ଜାବୀ ଓ ମାଲାୟଲମ୍ ଭାଷାକୁ ନୂତନ ଭାବେ ଯୋଡା ଯାଇଥିବା ବେଳେ ପୂର୍ବରୁ ପୂର୍ବରୁ ହିନ୍ଦୀ, ବଙ୍ଗାଳୀ, ଆସାମୀ, ଓଡ଼ିଆ, ଗୁଜୁରାଟି, ମରାଠୀ, ତେଲୁଗୁ, କନ୍ନଡ଼, ତାମିଲ, ଉର୍ଦ୍ଦୁ ଏବଂ ଇଂରାଜୀ ଭାଷାରେ ପରୀକ୍ଷା କରାଯାଉଥିଲା । ସମସ୍ତ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବାର ପ୍ରଧାନମନ୍ତ୍ରୀ ଏକ ନୂଆ ଭିଜନ ଆରମ୍ଭ କରିଛନ୍ତି । ତେବେ ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ତେବେ ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ଗତ କାଲି ସନ୍ଧ୍ୟା 5 ଟା ରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଯାଇଛି । ତେବେ କୋରୋନା ପାଇଁ ମଧ୍ୟ ପୂର୍ବ ଭାରତୀୟ ଛାତ୍ର ସମ୍ପ୍ରଦାୟକୁ ସୁଗମ କରିବା ପାଇଁ କୁଏତରେ ପରୀକ୍ଷା କେନ୍ଦ୍ର କରାଯାଇଛି ।
Registrations for the NEET(UG) 2021 has started on https://t.co/OdWUKVfCC2 from 5:00 pm today. For the first time in the history of NEET(UG) exam and in order to facilitate the Indian student community in the middle east, an examination centre has been opened in Kuwait.
— Dharmendra Pradhan (@dpradhanbjp) July 13, 2021