ସନ୍ଷ୍ଟାର ଟିଭି ବ୍ୟୁରୋ
ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ନାତ୍ତକୋତ୍ତର (ପିଜି)ରେ ନାମଲେଖା ପାଇଁ ବିସ୍ତୃତ ସୂଚନା ଆଜି ପ୍ରକାଶ ପାଇବ । ଏ ବାବଦରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ନାମ ଲେଖାର ସମସ୍ତ ପ୍ରକ୍ରିୟା ଡିସେମ୍ବର୨୧ ସୁଦ୍ଧା ସରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଚଳିତ ବର୍ଷ ପ୍ରଥମ ଥରପାଇଁ ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଆୟୋଜିତ ହୋଇଛି । ରାଜ୍ୟର ୭୦ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମର ୧୪ ହଜାର ୪୦୧ସିଟ୍ ପାଇଁ ପିଜି ଏକକ ନାମ ଲେଖା ପ୍ରକ୍ରିୟା ଚାଲିଥିବା ବେଳେ ୫୨ ହଜାର ୭୮୦ଜଣନାମ ଲେଖିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ନାମଲେଖା ସମ୍ପର୍କିତ ବିସ୍ତୃତସୂଚନା ଛାତ୍ରଛାତ୍ରୀ ଓ ଅଭିଭାବକମାନେ www.samsodisha.gov.in ରେ ପାଇପାରିବେ ।