ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ଯୌନ ଶୋଷଣ ମାମଲାରେ 20 ବର୍ଷ କାରାଦଣ୍ଡ ଭୋଗୁଥିବା ଡେରା ମୁଖ୍ୟ ଗୁରୁମିତ ରାମ ରହୀମଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ଖରାପ ହୋଇଯାଇଛନ୍ତି। ମଙ୍ଗଳବାର ଦିନ ପ୍ରାୟ 5.30 ସମୟରେ ଗୁରୁମିତ ରାମ ରହୀମଙ୍କୁ ଦିଲ୍ଲୀର AIIMS ହସ୍ପିଟାଲକୁ ନିଆଯାଇଥିଲା। ଅପରାହ୍ନରେ ତାଙ୍କର ଏମଆରଆଇ କରାଯାଇଥିଲା। ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଡିଏସପି ଶମଶେରଙ୍କ ନେତୃତ୍ୱରେ ଯାଇଛନ୍ତି।