ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆସନ୍ତା ୧୫ ତାରିଖରୁ ପ୍ରତିଦିନ ଚାଲିବ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ । ସେହିପରି କୋଭିଡ୍ କଟକଣା ଯୋଗୁଁ ୭ଟି ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ୩ଟି ଟ୍ରେନ୍ ଶନିବାର ଓ ରବିବାର ଚଳାଚଳ ବନ୍ଦ ରହିବ । ଭୁବନେଶ୍ୱର-ଭଦ୍ରକ ବିଶେଷ ଟ୍ରେନ୍, କଟକ-ଭଦ୍ରକ ବିଶେଷ ଟ୍ରେନ୍, କଟକ-ପାରାଦୀପ ବିଶେଷ ଟ୍ରେନ୍ ଆସନ୍ତା ୧୫ରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ବାତିଲ ରହିବ ।
ସେହିପରି ଭୁବନେଶ୍ୱର-ବଲାଙ୍ଗୀର ବିଶେଷ ଟ୍ରେନ୍, ଭୁବନେଶ୍ୱର-କେନ୍ଦୁଝରଗଡ଼ ବିଶେଷ ଟ୍ରେନ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ । ଭୁବନେଶ୍ୱର-ବଲାଙ୍ଗୀର ବିଶେଷ ଟ୍ରେନ୍ ୨୪ରୁ ଅଗଷ୍ଟ ୧ ପର୍ଯ୍ୟନ୍ତ ବାତିଲ ରହିବ । ୧୭ ଜୁଲାଇରୁ ୧ ଅଗଷ୍ଟ ଭୁବନେଶ୍ୱର-ପାଲାସା, ଭୁବନେଶ୍ୱର-ବାଙ୍ଗିରିପୋଷି ଶନିବାର ଓ ରବିବାର ବାତିଲ କରାଯିବ । ପୁରୀ-ଅନୁଗୁଳ ସ୍ୱତନ୍ତ୍ର ଟ୍ରେନ୍ ଶନିବାର ଓ ରବିବାର ଆଶିଂକ ଭାବେ ବାତିଲ କରାଯାଇଛି ।