ସନଷ୍ଟାର ଟିଭି ବ୍ୟୁରୋ

ଉତ୍ତରାଖଣ୍ଡ:କରୋନା ଭାଇରସ୍ ମହାମାରୀ ସମୟରେ ଅତ୍ୟାଧିକ ଭିଡ଼କୁ ରୋକିବା ପାଇଁ ଉତ୍ତରପ୍ରଦେଶ ପୋଲିସ ସପ୍ତାହକ ମଧ୍ୟରେ ମସୁରୀ ଏବଂ ନୈନିତାଲରୁ ପ୍ରାୟ 8,000 ପର୍ଯ୍ୟଟକଙ୍କୁ ଫେରସ୍ତ କରିଦେଇଛନ୍ତି । ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ପରିଦର୍ଶନ କରୁଥିବା ଲୋକଙ୍କ ପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ସୀମାରେ ଯାଞ୍ଚ ପୋଷ୍ଟ ମଧ୍ୟ ସ୍ଥାପନ କରିଛି। କିଛି ଦିନ ପୂର୍ବରୁ ଭିଡ଼ ଜମିବାର ଏକ ଭିଡିଓ ଭାଇରାଲ ହେବା ପରେ ପର୍ଯ୍ୟଟକଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଉତ୍ତରପ୍ରଦେଶ ସରକାର ପଦକ୍ଷେପ ନେଇଛନ୍ତି। ଯେଉଁ ପରିମାଣରେ ପର୍ଯ୍ୟଟକ ଆସୁଛନ୍ତି ଯଦି ସେଥିରେ ରୋକ ନଲଗା ଯାଏ ସ୍ଥିତି ଆହୁରୀ ଖରାପ ହେବ ବୋଲି ଜଣାଯାଉଥିଲା। ଯଦି ପର୍ଯ୍ୟଟକ ମାନେ ପରିଭ୍ରମଣ କରିବାକୁ ଚାହୁଁଛନ୍ତି ତେବେ ସାଥୀରେ ଲୋକଙ୍କୁ ଆରଟି PCR ନକାରାତ୍ମକ ରିପୋର୍ଟ ବହନ କରିବା ଏବଂ ଅନଲାଇନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ନୋଟିସ୍ ଜାରି କରାଥିବାର ଉତ୍ତରପ୍ରଦେଶ ଡେପୁଟି ଇନ୍ସପେକ୍ଟର ଏବଂ ଜେନେରାଲ୍ ପୋଲିସ୍ (ଡିଜି) ନୀଲେଶ ଆନନ୍ଦ ଭରାଣେ କହିଛନ୍ତି। ସେ ଆହୁରି ମଧ୍ୟ ଲୋକଙ୍କୁ ନିବେଦନ କରିଛନ୍ତି ଯେ ଭୀମଟାଲ, ରାଣିକେଟ ଏବଂ ଲ୍ୟାଣ୍ଡସଡାଉନ୍ ଭଳି ଅନ୍ୟ ସ୍ଥାନଗୁଡିକୁ ବିଚାରକୁ ନିଅନ୍ତୁ ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଏକାଠି ହୁଅନ୍ତୁ ନାହିଁ। ସମସ୍ତ ପର୍ଯ୍ୟଟନ ସ୍ଥାନରେ ସପ୍ତାହକ ମଧ୍ୟରେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଉତ୍ତରପ୍ରଦେଶ ସରକାର ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଦିନ ମୁଖ୍ୟ ସଚିବ ସୁଖବୀର ସିଂ ସାନ୍ଧୁଙ୍କ ଦ୍ୱାରା ଏଥିପାଇଁ (SOPs) ଜାରି କରାଯାଇଥିଲା।