ସନଷ୍ଟାର ଟିଭି ବ୍ୟୁରୋ
ଆମ ମନରେ ଏକ ଭୁଲ ଧାରଣା ଅଛି ଯେ ପ୍ରୋଟିନ୍ କେବଳ ମାଂଶ ,ମାଛ, ଅଣ୍ଡାରୁ ମିଳିଥାଏ କିନ୍ତୁ ଏହା ସତ୍ୟ ନୁହେଁ। ଶାକାହାରୀ ମାନଙ୍କୁ ପନିପରିବା, ଫଳ ଏବଂ ବିଭିନ୍ନ ଶସ୍ୟଜାତୀୟ ଖାଦ୍ୟ ମାଧ୍ୟମରେ ସହଜରେ ମିଳିପାରିବ ପ୍ରୋଟିନ୍ । ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ବୟସ ଏବଂ ଆବଶ୍ୟକତା ଅନୁଯାୟୀ ଆମ ଶରୀର ପ୍ରୋଟିନ୍ ଲୋଡିଥାଏ । ଯଦି ଆପଣ ଜଣେ ଶାକାହାରୀ ଦିନସାରା କିପରି ଆପଣ ପ୍ରୋଟିନ୍ ଗ୍ରହଣ କରିବେ ଏବଂ ଆପଣଙ୍କ ଦିନର ସମସ୍ତ ପ୍ରମୁଖ ଭୋଜନରେ ପ୍ରୋଟିନ୍ କୁ କିପରି ଅନ୍ତର୍ଭୁକ୍ତ କରିବେ ଏହାର କିଛି ଉପାୟ ବିଷୟରେ ଆସନ୍ତୁ ଜାଣିବା ।
ଗୋଟିଏ ଦିନର ଭଲ ଆରମ୍ଭ କରିବା ପାଇଁ ପ୍ରୋଟିନ୍ ସମୃଦ୍ଧ ବ୍ରେକଫାଷ୍ଟ ବାଛନ୍ତୁ, ଏହା ଭରପୂର ଶକ୍ତି ପ୍ରଦାନ କରିଥାଏ । ଆପଣଙ୍କ ଖାଦ୍ୟରେ ପ୍ରୋଟିନ୍ ଯୋଡିବାର ଅନ୍ୟ ଗୋଟିଏ ଉପାୟ ହେଉଛି ଖାଦ୍ୟ ସାମଗ୍ରୀ ଯେପରିକି ଓଟମିଲ୍, ସ୍ପ୍ରାଟ୍ସ, ମୁଗ, ଚିଲା, ଏବଂ ଶସ୍ୟଜାତୀୟ ଭୋଜନ। ପ୍ରୋଟିନ୍ ଏକ ଗୁରୁତ୍ୱପୂର୍ଣ୍ଣ ପୋଷକତତ୍ତ୍ୱ ଯାହା ପୁନରୁଦ୍ଧାର ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସାହାଯ୍ୟ କରେ। ଗୋଟିଏ ଦିନରେ ଆପଣ କେତେ ପ୍ରୋଟିନ୍ ଆବଶ୍ୟକ କରନ୍ତି ତାହା ପ୍ରତ୍ୟେକ ବ୍ୟକ୍ତିଙ୍କର ଶରୀରର ଓଜନ ଉପରେ ନିର୍ଭର କରେ। ନିୟମିତ ଭାବରେ ବାଦାମ ଏବଂ ମଞ୍ଜିଜାତୀୟ ଖାଦ୍ୟ ପ୍ରତ୍ୟେକ ଦିନ ନିଜ ଖାଇବା ରୁଟିନରେ ସାମିଲ କରିବା ଏକ ସୁସ୍ଥ ଅଭ୍ୟାସ ଅଟେ। ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ ବ୍ୟତୀତ, ଆପଣଙ୍କ ଖାଦ୍ୟରେ ପ୍ରୋଟିନ୍ ର ଏକ ସୁସ୍ଥ ମାତ୍ରା ରେ ଯୋଗ କରନ୍ତୁ। ଏଥିପାଇଁ ପ୍ରୋଟିନ୍ ସମୃଦ୍ଧ ଫଳ, ପନିପରିବା ଅତିକମରେ ଦିନକୁ 2-3ଟି ସେବନ କରନ୍ତୁ। ଏହାସହ ହାଲୁକା ରାତ୍ରୀ ଭୋଜନ ପାଇଁ, କମ୍ କ୍ୟାଲୋରୀ ଏବଂ ପ୍ରୋଟିନ୍ ସମୃଦ୍ଧିୟ ପନିପରିବା ଯେପରିକି ପାଳଙ୍ଗ ,ଶାଗ, ସବୁଜ ମଟର, ମକା, ବ୍ରୋକୋଲି,ଛତୁ ଆଦି ବ୍ୟବହାର କରନ୍ତୁ । ଦୁଗ୍ଧପ୍ରେମୀଙ୍କ ପାଇଁ ପନିର୍ ମଧ୍ୟ ବହୁତ ସୁସ୍ଥ ଅଟେ । ଏହା ବ୍ୟତୀତ ଶାକାହାରୀମାନେ ମଧ୍ୟ ପିନଟ୍ ବଟର, ଟୋଫୁ, ସ୍ପିରୁଲିନା ଏବଂ ଅନ୍ୟାନ ଖାଦ୍ୟ ଖାଇପାରିବେ। ଏହାସହ ଆପଣଙ୍କ ମଧ୍ୟାହ୍ନ ଭୋଜନ ପାଇଁ ମସୁର ଡାଲି ବାଛନ୍ତୁ ଏହା ଅନୁମାନ କରାଯାଏ ଯେ ଏହା ଗୁରୁତ୍ୱପୂର୍ଣ୍ଣ ପୁଷ୍ଟିକର ଖାଦ୍ୟ। ଏହା ବାଦ ରାଜମା, ମୁଗ ଡାଲି, ଉରାଡ ଡାଲ ଏବଂ ମସୂର ଡାଲ ହେଉଛି ପ୍ରୋଟିନ୍ ର ଭରପୂର ଉତ୍ସ। ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ପ୍ରୋଟିନ ନିହାତି ଆବଶ୍ୟକ ତେଣୁ ଆମକୁ ଆମର ପ୍ରତିଦିନର ଖାଦ୍ୟରେ ପ୍ରୋଟିନ ଯୁକ୍ତ ସାମଗ୍ରୀ ଯୋଡିବାକୁ ହେବ।