ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ :ଶବ୍ଦ ପ୍ରଦୂଷଣ କୁ ରୋକିବା ପାଇଁ ଦିଲ୍ଲୀ ସରକାର ନିୟମ କଡ଼ା କଡି କରିଛନ୍ତି । ଏଣିକି ରାତି ସମୟରେ ଧ୍ଵନି ପ୍ରଦୂଷଣ କଲେ ଗଣିବେ ମୋଟା ଅଙ୍କର ତଣ୍ଡ । ଦିଲ୍ଲୀରେ ବିନା ଅନୁମତିରେ ଲାଉଡସ୍ପିକର ବଜାଇଲେ ଗଣିବେ ଫାଇନ୍। କେବଳ ସେତିକି ନୁହେଁ ଡିଜେ ସେଟ୍ରେ ଧ୍ଵନି ପ୍ରଦୂଷଣ କଲେ ୧ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ଯାଏଁ ଫାଇନ୍ ଦେବାକୁ ପଡିପାରେ। ଏପରିକି ଆପଣଙ୍କ ଜିନିଷ ମଧ୍ୟ ସିଜ୍ ହୋଇପାରେ। ଏହି ନିୟମକୁ ଖୁବ୍ ଶୀଘ୍ର ଲାଗୁ କରିବା ପାଇଁ ଦିଲ୍ଲୀ ପ୍ରଦୂଷଣ କଣ୍ଟ୍ରୋଲ କମିଟି ନିର୍ଦ୍ଦେଶ ଦେଇଛି।
ଦିଲ୍ଲୀ ପ୍ରଦୂଷଣ କଣ୍ଟ୍ରୋଲ କମିଟିର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ୨୦୨୦ରେ ସିପିସିବି (ସେଣ୍ଟ୍ରାଲ ପ୍ରଦୂଷଣ କଣ୍ଟ୍ରୋଲ କମିଟି) ଧ୍ଵନି ପ୍ରଦୂଷଣକୁ ନେଇ ଏହି ନୂଆ ଜରିମାନା ନିୟମ ପ୍ରସ୍ତାବ ଦେଇଥିଲା। ଏନଜିଟି ଠାରୁ ଏହି ନିୟମକୁ ମଞ୍ଜୁରି ମିଳିଛି। ତେଣୁ ଚଳିତ ବର୍ଷ ଏପ୍ରିଲ ମାସରେ ସିପିସିବି ଏହି ପ୍ରସ୍ତାବକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଫଳରେ ଏହାକୁ ଲାଗୁ କରିବା ପାଇଁ ଏବେ ଦିଲ୍ଲୀ ପ୍ରଦୂଷଣ କଣ୍ଟ୍ରୋଲ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ନିୟମ ଅନୁଯାୟୀ, ଏବେ ନିର୍ମାଣ କାମରେ ବ୍ୟବହୃତ ହେଉଥିବା ମେସିନ୍ ଗୁଡିକ ଯଦି ନିର୍ଦ୍ଧାରିତ ଶବ୍ଦ ଠାରୁ ଅଧିକ ଶବ୍ଦ କରିବ ତେବେ ୫୦ ହଜାର ଟଙ୍କା ଜରିମାନା ଗଣିବେ। ଏହା ସହ ଉପକରଣ ଗୁଡିକ ମଧ୍ୟ ସିଜ୍ ହୋଇଯିବ। ସେହିପରି ଯଦି କୌଣସି ବ୍ୟକ୍ତି ଭିଆଇପି ସ୍ଥାନରେ ବାଣ ଫୁଟାଇବ ତେବେ ଏକ ହଜାର ଟଙ୍କାର ଜରିମାନା ଓ ସାଇଲେଣ୍ଟ ଜୋନରେ ବାଣ ଫୁଟାଇଲେ ୩ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ। ପବ୍ଲିକ୍ ରାଲି, ବିବାହ ବରଯାତ୍ରୀ, ଧାର୍ମିକ ଉତ୍ସବରେ ଯଦି ବାଣ ଫୁଟା ଯାଏଁ ତେବେ ୧୦ ହଜାର ଟଙ୍କାର ଜରିମାନା ଓ ସାଇଲେଣ୍ଟ ଜୋନରେ ଫୁଟାଇଲେ ଏହା ୩ ଗୁଣା ବଢି ୩୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ।