ସନଷ୍ଟାର ଟିଭି ବ୍ୟୁରୋ

ରୁପଗଞ୍ଜ, ବାଂଲାଦେଶ: ବାଂଲାଦେଶର ଏକ କାରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡରେ ଅତି କମରେ ୫୨ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ଅଗ୍ନିକାଣ୍ଡରେ ଫସି ରହି ଶ୍ରମିକମାନେ ଉପର ମହଲାରୁ ନିଜ ଜୀବନ ବଞ୍ଚାଇବା ପାଇଁ ଡେଇଁବାକୁ ବାଧ୍ୟକରାଯାଇଥିଲା। ରୁପଗଞ୍ଜରେ ଥିବା ଏହି କାରକଖାନାରେ କିପରି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ଜଣ ଆହତ ହୋଇଛନ୍ତି। । ନୁଡଲ୍ସ୍ ଓ ଡ୍ରିଙ୍କସ୍ ତିଆରି ହେଉଥିବା ଏହି ଫ୍ୟାକ୍ଟି ଭିତରେ ଏବେବି କେତେ ଲୋକ ଫସିରହିଛନ୍ତି ତାହା ସ୍ପଷ୍ଟ ହୋଇ ପାରୁନାହିଁ । ନିଆଁ ଲାଗିବା ପରେ ଏହାର ଛାତ ଉପରେ ଥିବା ପ୍ରାୟ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନରେ ବାଂଲାଦେଶର ରୁପଗଞ୍ଜ ଏହି କାରଖାନାରେ ନିଆଁ ଲାଗିଯାଇଥିଲା।