ସନଷ୍ଟାର ଟିଭି ବ୍ୟୁରୋ
ଚୀନ୍: ଚୀନ ନିଜର ଉତ୍ତର – ପଶ୍ଚିମ ଅଞ୍ଚଳର ମରୁଭୂମୀ ଅଞ୍ଚଳରେ 100 ରୁ ଅଧିକ ପରମାଣୁ ମିସାଇଲ୍ ସାଇଲୋର ନିର୍ମାଣ କରୁଛି ।ଚୀନର ଏହି ଚାଲାକି ସାଇଲାଇଟ୍ ଫୋଟୋ ଚିତ୍ରରୁ ସ୍ପଷ୍ଟ ହୋଇଛି । ସାଟେଲାଇଟରୁ ମିଳିଥିବା ଫୋଟୋ ଚିତ୍ରରୁ 119ଟି ସାଇଲୋ ସ୍ପଷ୍ଟ ଭାବେ ଦେଖାଯାଉଛି । ସାଇଲୋ ହେଉଛି ଏକ ଲମ୍ବା, ଗଭୀର, ସିଲିଣ୍ଡର ଭଳି ଗର୍ତ୍ତ ଯାହା ମଧ୍ୟରେ ଅନ୍ତମହାଦ୍ବୀପ ପରମାଣୁ ବାଲିଷ୍ଟିକ୍ ରଖାଯାଏ ଓ ଆବଶ୍ୟକ ପଡିଲେ ଏହି ଗର୍ତ୍ତକୁ ଖୋଳାଯାଇ ସେଥିରୁ ମିଶାଇଲ୍ ଗୁଡିକୁ ଲଞ୍ଚ କରାଯାଏ । ତେବେ ଚୀନର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ମଧ୍ୟରେ ଏହା ସବୁଠୁ ବଡ ପଦକ୍ଷେପ ବୋଲି କୁହାଯାଉଛି ।
ତେବେ ସାଟେଲାଇଟରୁ ନିଆଯାଇଥିବା ଫୋଟୋକୁ ଆଧାର କରି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ, ଚୀନ୍ ନିଜ ଦେଶ ମଧ୍ୟରେ ପ୍ରାୟ 119ଟି ICBM ର ସାଇଲୋ ନିର୍ମାଣ କରୁଛି । ଏହି ମିଶାଇଲ୍ ଗୁଡିକ ଆମେରିକା ଯାଏଁ ଆକ୍ରମଣ କରିପାରିବେ । କିନ୍ତୁ ଏଯାଏଁ ଏହା ସ୍ପଷ୍ଟ ହୋଇନି ଯେ, ଏହା ମଧ୍ୟରେ ବାଲିଷ୍ଟିକ୍ ମିଶାଇଲ୍ ଅଛି କି ନାହିଁ । ତେବେ ଯଦି ମିଶାଇଲ୍ ଅଛି ତେବେ ଏହା ଉପରେ ପରମାଣୁ ଅସ୍ତ୍ର ଲାଗିଛି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।