ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:କରୋନା କଟକଣାକୁ ଆଖିଆଗରେ ରଖି ନୂତନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କିଛିଟା ନୂଆ ପଦକ୍ଷେପ ନେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କାର୍ଯ୍ୟାଳୟରେ 2 ଟି ସିଫ୍ଟରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶକ୍ରମେ ପ୍ରାତଃ 7AM ରୁ 4PM ପର୍ଯ୍ୟନ୍ତ ଗୋଟିଏ ସିଫ୍ଟ ଚାଲିବ ଏବଂ 3PM ରୁ ମଧ୍ୟରାତ୍ରି 12 AM ପର୍ଯ୍ୟନ୍ତ ଅନ୍ୟ ଏକ ସିଫ୍ଟ ଚାଲିବ। ଏହା ସହ ରେଳଷ୍ଟେସନ ମାନଙ୍କରେ କୋଭିଡ କଟକଣା ନିୟମକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଯିବା ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।