ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ ପରେ ନୂତନ ରେଳମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ କାର୍ଯ୍ୟଭାର ସମ୍ଭାଳିବାର କିଛି ଘଣ୍ଟା ମଧ୍ୟରେ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଆଣିଛନ୍ତି । ଅଶ୍ବିନୀ ତାଙ୍କ କାର୍ଯ୍ୟାଳୟରେ ଥିବା ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୁଇଟି ସିଫ୍ଟରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓ ପ୍ରତ୍ୟେକ ସିଫ୍ଟରେ କର୍ମଚାରୀମାନେ 9 ଘଣ୍ଟା କାମ କରିବେ ବୋଲି ନିର୍ଦ୍ଦେଶ ରହିଛି । ପ୍ରଥମ ସିଫ୍ଟ 7ଟାରୁ ଆରମ୍ଭ ବୋଇ ଅପରାହ୍ନ 4ଟା, ଦ୍ବିତୀୟ ସିଫ୍ଟ ଅପରାହ୍ନ 3ଟାରୁ ଆରମ୍ଭ ହୋଇ ରାତି 12ଟା ମଧ୍ୟରେ ଶେଷ ହେବ ବୋଲି ଗୁରୁବାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ରେଳ ମନ୍ତ୍ରଣାଳୟର ADG PR, ଡିଜେ ନରେନଙ୍କ ଅନୁଯାୟୀ, କେବଳ ଏମଆର ସେଲ ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି ଏବଂ ବ୍ୟକ୍ତିଗତ କିମ୍ବା ରେଳ କର୍ମଚାରୀଙ୍କୁ ନୁହେଁ । ରେଳ ମନ୍ତ୍ରୀ ନିର୍ଦ୍ଦେଶ ଅନୁସାରେ, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଦୁଇଟି ସିଫ୍ଟରେ କାର୍ଯ୍ୟ କରିବେ ।
ତେବେ ଏହି ନିୟମ କେବଳ MR (ରେଳ ବିଭାଗ ମନ୍ତ୍ରୀ ମଣ୍ଡଳ) ସେଲରେ ଥିବା ଅଧିକାରୀଙ୍କ ପାଇଁ ଲାଗୁ କରାଯିବ । ଏପରିକି ଏହି ନିୟମ ଘରୋଇ ରେଳ ବିଭାଗ କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ କରାଯାଇନାହିଁ ।
ରେଳ ବିଭାଗ ଛଡା ଅଶ୍ବିନୀ ମୋଦୀଙ୍କ କ୍ୟାବିନେଟରେ ସୂଚନା ଓପ୍ରସାରଣ ବିଭାଗ ଦ୍ବାୟିତ୍ବ ମଧ୍ୟ ଅଛନ୍ତି ।