ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆସନ୍ତାକାଲି ଅର୍ଥାତ୍ ଶନିବାର ଦିନ ପୁରୀ ସହରରେ ଲାଗୁ ହେବନି ସଟ୍ଡାଉନ୍ କଟକଣା । ଏଭଳି ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।ତେବେ ରଥଯାତ୍ରା ପାଇଁ ପୁରୀ ସହରରେ ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ ଯାଏ 144 ଧାରା ସହ କର୍ଫ୍ୟୁ ଜାରି ରହୁଥିବାରୁ ଏହି ସଟଡାଉନ୍ ନିୟମ ଲାଗୁ କରାଯିବନି ବୋଲି SRC ସୂଚନା ଦେଇଛନ୍ତି । ଜିଲ୍ଲା ପ୍ରଶାସନ ୨ ଦିନ କର୍ଫ୍ୟୁ ନିଷ୍ପତ୍ତି ନେଇଥିବାରୁ ଶନିବାର ଦିନ ସଟ୍ଡାଉନ୍ ନିୟମକୁ ବାରଣ କରାଯାଇଛି ।
ତେବେ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଅନବସରର ଚତୁର୍ଦ୍ଦଶୀ ତିଥିରେ ଖଡ଼ି ଲାଗି ଓ ବନକଲାଗି ପରେ ନୂଆ ରୂପରେ ମହାପ୍ରଭୁ । ମହାପ୍ରଭୁଙ୍କର ଏହି ନବଯୌବନ ରୂପର ଦର୍ଶନ ପାଇବାକୁ ପ୍ରତିବର୍ଷ ଲକ୍ଷାଧିକ ଲୋକ ରୁଣ୍ଡ ହୋଇଥାନ୍ତି । କୁହାଯାଏ ଏହି ରୂପ ଦର୍ଶନ ପାଇଲେ ଭକ୍ତ କୋଟି ପୂଣ୍ୟ ଲଭିଥାଏ । ତେବେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଉପରେ ନିଷେଧ ଜାରି କରାଯାଇଛି । ଯେଉଁଥିପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଦର୍ଶନ ପାଇବାରୁ ବଞ୍ଚିତ ହୋଇଛନ୍ତି । କେବଳ ସେବାୟତମାନେ ନିତୀକ୍ରାନ୍ତି କରିବେ ।