ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଅନବସରର ଚତୁର୍ଦ୍ଦଶୀ ତିଥିରେ ଖଡ଼ି ଲାଗି ଓ ବନକଲାଗି ପରେ ନୂଆ ରୂପରେ ମହାପ୍ରଭୁ । ମହାପ୍ରଭୁଙ୍କର ଏହି ନବଯୌବନ ରୂପର ଦର୍ଶନ ପାଇବାକୁ ପ୍ରତିବର୍ଷ ଲକ୍ଷାଧିକ ଲୋକ ରୁଣ୍ଡ ହୋଇଥାନ୍ତି । କୁହାଯାଏ ଏହି ରୂପ ଦର୍ଶନ ପାଇଲେ ଭକ୍ତ କୋଟି ପୂଣ୍ୟ ଲଭିଥାଏ । ତେବେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଉପରେ ନିଷେଧ ଜାରି କରାଯାଇଛି । ଯେଉଁଥିପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଦର୍ଶନ ପାଇବାରୁ ବଞ୍ଚିତ ହୋଇଛନ୍ତି । କେବଳ ସେବାୟତମାନେ ନିତୀକ୍ରାନ୍ତି କରିବେ ।
ଆଜି ସକାଳୁ ଚକାଅପସର ନୀତି କରାଯିବା ପରେ ମଙ୍ଗଳଆରତୀ ଅବକାଶ ପରେ ଦଶଅବତାର ଠାକୁର ବାହୁଡା ବିଜେ କରିବେ । ତା’ପରେ ନବଯୌବନ ଦର୍ଶନ ବିଧି ରହିଛି । ସର୍ବାଙ୍ଗ ଓ ବନ୍ଦାପନା ପରେ ନେତ୍ରୋତ୍ସବ ବନ୍ଦାପନା କରାଯିବ ।
ତେବେ ମହାପ୍ରଭୁଙ୍କ ଜ୍ୱର ଜନିତ ଅରୁଚି ରହିଥିବାରୁ ଶୁକ୍ରବାର ସନ୍ଧ୍ୟା ଧୂପରେ ମହାପ୍ରଭୁଙ୍କୁ ଦହି ପଖାଳ ଭୋଗ ଲାଗି ହେବ । ଦହି ସହ ଅନ୍ନ, ଅଦା, ଲୁଣ ଦେଇ ପ୍ରସ୍ତୁତ ଏହି ହଦି ପଖାଳକୁ ଅଣସର ବାସ ପରେ ପ୍ରଥମ କରି ମହାପ୍ରଭୁଙ୍କୁ ଲାଗି ହେବ ।