ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ମୋଦୀଙ୍କ ନୂତନ କ୍ୟାବିନେଟରେ ସର୍ବ କନିଷ୍ଠ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ୩୫ ବର୍ଷୀୟ ନିସିଥ୍ ପ୍ରାମାଣିକ୍ । ସେ ରାଷ୍ଟ୍ରମନ୍ତ୍ରୀ ଭାବେ ଗତକାଲି ଶପଥ ଗ୍ରହଣ କରିଛନ୍ତି । ସେ ମଧ୍ୟ ନିଜ ସହର କୁଚ୍ ବେହାରରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ପ୍ରଥମ ସାଂସଦ ଅଟନ୍ତି । ୨୦୧୯ ରେ ସେ କୁଚ୍ ବେହାର ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟ୍ ପାଇ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ ।
ତେବେ ତାଙ୍କ ରାଜନୈତିକ ଯାତ୍ରା ପ୍ରଥମେ ତୃଣମୁଳ କଂଗ୍ରେସରୁ ହିଁ ଆରମ୍ଭ ହୋଇଥିଲା । ନିଶିଥ ପ୍ରାମାଣିକ କୁଚ ବିହାର ଆସନରୁ ଲୋକସଭା ସାଂସଦ ଅଟନ୍ତି । ସେ ବିସିଏ ରେ ଡିଗ୍ରୀ ହାସଲ କରିଛନ୍ତି । ସେ ଜାନୁଆରୀ ୧୭, ୧୯୮୬ ରେ ଜାଲପାଇଗୁରୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ପ୍ରିୟଙ୍କା । ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ନିଶିଥ ପ୍ରାମାଣିକ କେନ୍ଦ୍ରୀୟ ସୂଚନା ପ୍ରଯୁକ୍ତିବିଦ୍ୟା ଷ୍ଟାଣ୍ଡିଂ କମିଟିର ସଦସ୍ୟ ଅଟନ୍ତି । ଏହା ବ୍ୟତୀତ ସେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର କମିଟିର ସଦସ୍ୟ ମଧ୍ୟ ଅଛନ୍ତି । ସେ ମଧ୍ୟ ଆସିଷ୍ଟାଣ୍ଟ ଶିକ୍ଷକ ଭାବେ ପ୍ରାଇମେରୀ ସ୍କୁଲରେ କାର୍ଯ୍ୟ କରିଛନ୍ତି ।