ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କରୋନା ମହାମାରୀ ସମୟରେ ରକ୍ତଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଆଜି ବିଜୁଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରକ୍ତଭାବ ଦୂର କରିବା ପାଇଁ ଆଗାମୀ ଦିନରେ ଲୋକଙ୍କ ଜୀବନ ରକ୍ଷା ପାଇଁ ରକ୍ତ ସଂଗ୍ରହ ଅଭିଯାନକୁ ଏକ ଆନ୍ଦୋଳନରେ ପରିଣତ କରିବା ସହ ସଶକ୍ତ ଓଡିଶା ଗଠନ ନିମନ୍ତେ ବିଜୁ ଛାତ୍ର ଜନତା ଦଳ ତରଫରୁ ସାମାଜିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା, ସୁଶାନ୍ତ ସିଂ, ସମୀର ରଞନ ଦାସ, ରଘୁନନ୍ଦନ ଦାସ, ତୁଷାର କାନ୍ତି ବେହେରା, ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ, ବିଧାୟକ ତଥା ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, , ଅନନ୍ତ ନାରାୟଣ ଜେନା, ଶୁଶାନ୍ତ ରାଉତ, ଦେବୀ ରଞନ ତ୍ରିପାଠୀ, ରମେଶ ବେହେରା, ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ଅମରେଶ ପତ୍ରି, ରୁଦ୍ର ସାମନ୍ତରାୟ, ତନ୍ମୟ ସ୍ଵାଇଁ, ଅମରଜିତ ସେନାପତି,ଦୁର୍ଗା ସାମନ୍ତରାୟ, ମନ୍ଦାକିନୀ କର, ପ୍ରକାଶ ଡାଙ୍ଗ, ଜ୍ୟୋତିରଞନ ଜେନା, ବୈକୁଣ୍ଠ ନାୟକ, ନବକିଶୋର ବେହେରା, ବିରଞ୍ଚି ନାରାୟଣ ମହାସୁପକାର, ସ୍ମୃତି ଦାସ, ଇପ୍ସିତା ସାହୁ,କମଳ ଜ୍ୟୋତି, ଅଜିତ ବେହେରା, ମନୋଜ ମହାନ୍ତି, ସ୍ଵାଗତିକା ମହାନ୍ତି, ଅପର୍ଣ୍ଣା ଦାସ, ଚିନ୍ମୟ ଦାସ, ତାରିଣୀ ପ୍ରସାଦ ନାୟକ, ଦୀପକ ବେହେରା, ରଶ୍ମୀରଞନ ଦାସ, ସୁବାସ ସାହୁ, ପୂର୍ଣ୍ଣେନ୍ଦ୍ର ପାଢୀ, ପ୍ରଦେଶ ସ୍ଵାଇଁ, ସତ୍ୟବ୍ରତ ନାୟକ, ତ୍ରିଲୋଚନ ବେହେରା, ଭୋଳାନାଥ ମହାରଣା ଏବଂ ବିଜୁ ଛାତ୍ର ଯୁବ ଜନତା ଦଳର ଅନ୍ୟାନ୍ୟ ଛାତ୍ର ଯୁବ ନେତାମାନେ ଯୋଗ ଦେଇଥିଲେ ।
ଏହି ଆୟୋଜିତ କାର୍ଯ୍ୟକ୍ରମକୁ ରାଜ୍ୟ ସାଧାରଣ ସମ୍ପାଦକ ଅରୂପ ଶ୍ରୀଚନ୍ଦନ, ରାଜ୍ୟ ସମ୍ପାଦକ ରଶ୍ମିରଞନ ପରିଡା, ରାଜ୍ୟ ସମ୍ପାଦିକା ସୁଚିସ୍ମିତା ବେହେରା, ସିମ୍ରନ୍ ସିଂ ରାଜପୁତ, ରାଜ୍ୟ ସାଙ୍ଗଠନିକ ସମ୍ପାଦିକା ବିଦିଶା ପ୍ରିୟଦର୍ଶିନୀ, ରାଜ୍ୟ ସାଂଙ୍ଗଠନିକ ସମ୍ପାଦକ ଶୁଭମ ସ୍ୱାଇଁ, ଛାତ୍ରନେତା ମନୋରଞନ ସ୍ୱାଇଁ, ବିକାଶ ସାହୁ, ସାଇ ଶୁଭମ୍, ବସନ୍ତ ଦାସ, ସନ୍ତୋଷ ମାଝି, ରୁଦ୍ର ପଟ୍ଟନାୟକ, କାଶୀନାଥ ବେହେରା, ସୌମ୍ୟ ରଞନ ଦାସ, ସମ୍ବିତ ମହାନ୍ତି, ବିଶ୍ୱଜିତ ମହାନ୍ତି, କ୍ଷିତିଶ ସା, ଅରମାନ ପତି, ସୀତାକାନ୍ତ ମିଶ୍ର, ଆଶୁତୋଷ ମଙ୍ଗରାଜ, ଶାଶ୍ଵତୀ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।