ସନଷ୍ଟାର ଟିଭି ବ୍ୟୁରୋ
ଜଗତସିଂହପୁର: କୋଭିଡ୍ ସ୍ଥିତିକୁ ତଦାରଖ କରିବା ପାଇଁ ଗତକାଲି ଓଡିଶା ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ଆଜି ଜଗତସିଂହପୁର ଗସ୍ତ କରିଛନ୍ତି । ସେଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । କୋଭିଡ ପରିଚାଳନା କାମ କିପରି ଚାଲିଛି, ତାର ସମୀକ୍ଷା କରିଛି ଟିମ୍ । କେନ୍ଦ୍ରୀୟ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଟିକାକରଣ କେନ୍ଦ୍ର, ଆଇସୋଲେସନ ସେଂଟର ତଦାରଖ କରିବା ସହ କୋଭିଡ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ଦୁଇ ଜଣିଆ ପ୍ରତିନିଧି ଦଳରେ ଡକ୍ଟର ଶିବାନୀ ଦତ୍ତା ଓ ଅଛନ୍ତି ।
ତେବେ ଏହି ସମୀକ୍ଷା ସମୟରେ କେନ୍ଦ୍ରୀୟ ପ୍ରତିନିଧି ଡକ୍ଟର ଶିବାନୀ ଦତ୍ତାଙ୍କ ସହ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବିଜୟ ପଣ୍ଡା, ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ପ୍ରଶାନ୍ତ ରାଘବ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କୋଭିଡ ଟିକାକରଣ କେନ୍ଦ୍ର, ଆଇସୋଲେସନ ସେଣ୍ଟରର ତଦାରଖ କରିବା ସହ କୋଭିଡ ସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲ୍ଲାରେ କୋଭିଡ ପରିଚାଳନା ସନ୍ତୋଷଜନକ ରହିଥିବା ପ୍ରକାଶ କରିଥିଲେ ପ୍ରତିନିଧି ଦଳ । ସେମାନେ ଆଉ ମଧ୍ୟ କହିଥିଲେ ଯେ, ଜିଲ୍ଲାରେ କରୋନା ପଜିଟିଭିଟି ହାର ହ୍ରାସ ପାଉଛି ଓ ଟେଷ୍ଟିଂ ହାର ଅଧିକ ରହିଛି । ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ସଠିକ୍ ଭାବେ ଜାରି ରହିଛି ବୋଲି ତଦନ୍ତକାରୀ ଟିମ୍ ସୂଚନା ଦେଇଛନ୍ତି । ଏହାପରେ ତଦନ୍ତକାରୀ ଟିମ୍ ପାରାଦୀପ କୋଭିଡ୍ ହସ୍ପିଟାଲକୁ ମଧ୍ୟ ଗସ୍ତ କରିଛନ୍ତି ।