ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନାକୁ ପ୍ରତିହତ କରିବା ପାଇଁ ଟିକାକରଣ ଅଭିଯାନ ଜୋରଦାର ଚାଲିଛି । ପ୍ରତିଦିନକୁ ପ୍ରାୟ 3 ଲକ୍ଷରୁ ଅଧିକ ଟିକାକରଣ କରାଯାଉଛି । ତେବେ ଗତ କାଲି ସୁଦ୍ଧା ଅର୍ଥାତ୍ 5 ଜୁଲାଇ, 2021 ସୁଦ୍ଧା ରାଜ୍ୟରେ 1 କୋଟିରୁ ଅଧିକ ଲୋକଙ୍କୁ କରୋନାର ପ୍ରଥମ ଡୋଜ ଟିକା ଦିଆଯାଇଛି । ଜୁଲାଇ 5 ମଧ୍ୟରେ 1,00.43,077 ଜଣ କରୋନା ଟିକାର ପ୍ରଥମ ଡୋଜ ନେଇଥିବା ବେଳେ 24,48,425 ଜଣ କରୋନା ଦ୍ବିତୀୟ ଡୋଜ୍ ନେଇଛନ୍ତି । ରାଜ୍ୟରେ ମୋଟ୍ ଉପରେ 1,24,91,502 ଡୋଜ୍ ଟିକା ଦିଆଯାଇଛି । ତେବେ ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
As on 5th July, 2021, 1 Crore+ beneficiaries of the State have been administered first dose of #COVID19Vaccination & 24 Lakh+ beneficiaries have been administered second dose. #OdishaCares @CMO_Odisha pic.twitter.com/7Swr8clFo8
— H & FW Dept Odisha (@HFWOdisha) July 6, 2021