ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : କ୍ୟାବିନେଟ୍ ସମ୍ପ୍ରସାରଣ ପୂର୍ବରୁ ଦେଶର ୮ ରାଜ୍ୟର ନୂତନ ରାଜ୍ୟପାଳଙ୍କୁ ଦ୍ବାୟିତ୍ବ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।କିଛି ରାଜ୍ୟପାଳଙ୍କ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ କିଛି ନୂତନ ଭାବେ ନିଯୁକ୍ତ ହୋଇଛନ୍ତି । ଆଜି ରାଷ୍ଟ୍ରପତି ଭବନରୁ ଏନେଇ ପ୍ରେସ୍ ବିଜ୍ଞପ୍ତି ଜାରି ହେବା ପରେ ଏହି ସୂଚନା ମିଳିଛି । ତେବେ କେନ୍ଦ୍ରୀୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିବା ଥାଓ୍ବର ଚନ୍ଦ୍ର ଗହଲୋତଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । କର୍ଣ୍ଣାଟକ, ମିଜୋରାମ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ଝାଡଖଣ୍ଡ, ତ୍ରିପୁରା, ହରିୟାଣା ଓ ଗୋଆର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି ।
ସୂଚନାନୁଯାୟୀ, କର୍ଣ୍ଣାଟକରେ ଥାୱରଚାନ୍ଦ ଗେହଲଟଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରା୍ାଇଥିବା ବେଳେ ମିଜୋରାମର ରାଜ୍ୟପାଳ ହରିବାବୁ କମ୍ଭଂପତି, ମଧ୍ୟପ୍ରଦେଶର ମଙ୍ଗୁଭାଇ ଛଗନଭାଇ ପଟେ, ହିମାଚଳ ପ୍ରଦେଶର ରାଜେନ୍ଦ୍ର ବିଶ୍ଵନାଥ ଆର୍ଲେକର, ତ୍ରିପୁରାରୁ ସତ୍ୟଦେବ ନାରାୟଣ ଆର୍ଯ୍ୟ, ଝାଡଖଣ୍ଡରୁ ରମେଶ ବୈଶ, ଗୋଆରୁ ଶ୍ରୀଧରନ ପିଲ୍ଲୌ, ବନ୍ଦାରୁ ଦତ୍ତାତ୍ରେୟ ହରିୟାଣା ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ।