ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2487 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 1428 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 1059ଟି ଲୋକାଲ କେସ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 27 ହଜାର 186ରେ ପହଞ୍ଚିଛି ।
ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ବି କାଟାଗୋରୀ ଅନ୍ତର୍ଭୁକ୍ତ ଜିଲ୍ଲା ଗୁଡିକରେ ଏବେବି ସଂକ୍ରମଣ ସଂଖ୍ୟା ସର୍ବାଧିକ ରହିଛି ।ଗତ 24 ଘଣ୍ଟା ମଧ୍ୟରେ 8 ଟି ଜିଲ୍ଲାରେ 100 ଉପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କଟକରୁ ସର୍ବାଧିକ 422ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ଅନୁଗୁଳରୁ 79, ବାଲେଶ୍ବରରୁ 157, ବରଗଡ଼ରୁ 22, ଭଦ୍ରକରୁ 113, ବଲାଙ୍ଗୀରରୁ16, ବୌଦ୍ଧରୁ 12, ଖୋର୍ଦ୍ଧାରୁ 407, ଦେଓଗଡ଼ରୁ 9, ଢେଙ୍କାନାଳରୁ 59, ଗଜପତିରୁ 11, ଗଞ୍ଜାମରୁ 14, ଜଗତସିଂହପୁରରୁ 126, ଯାଜପୁରରୁ 202, ଝାରସୁଗୁଡ଼ାରୁ 12, କଳାହାଣ୍ଡିରୁ 7, କନ୍ଧମାଳରୁ 23, କେନ୍ଦ୍ରାପଡ଼ାରୁ87, କେନ୍ଦୁଝରରୁ 68, କୋରାପୁଟରୁ 52, ମାଲକାନାଗିରିରୁ 54, ମୟୂରଭଞ୍ଜରୁ 103, ନବରଙ୍ଗପୁରରୁ 23, ନୟାଗଡ଼ରୁ 80, ନୂଆପଡ଼ାରୁ 5, ପୁରୀରୁ 154, ରାୟଗଡ଼ାରୁ 26, ସମ୍ବଲପୁରରୁ 26, ସୋନପୁରରୁ 14, ସୁନ୍ଦରଗଡ଼ରୁ 28, ଷ୍ଟେଟ ପୁଲ୍ରୁ 76 କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।