ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆସନ୍ତା ମାସରେ ଦେଶରେ ଦେଖାଯାଇପାରେ କରୋନା ମହାମାରୀର ତୃତୀୟ ଲହର । ଏନେଇ ପୂର୍ବରୁ ସତର୍କତା ଅବଲମ୍ବବ କରିବାକୁ କହିଛି ଏକ ରିପୋର୍ଟ । ଏନେଇ SBI ଗବେଷଣା କରି ଏକ ରିପୋର୍ଟ ପ୍ରଦାନ କରିଛି । ସେହି ରିପୋର୍ଟ ଅନୁଯାୟୀ, ଆସନ୍ତା ଅଗଷ୍ଟ ମାସରେ କରୋନା ତୃତୀୟ ଲହର ଭାରତକୁ ଛୁଇଁପାରେ ଓ ସେପ୍ଟେମ୍ବର ମାସରେ କରୋନାର ତୃତୀୟ ଲହର ପିକ୍ ଛୁଇଁପାରେ । ଏହି ରିପୋର୍ଟ ଆଉ ମଧ୍ୟ ଦର୍ଶାଇଛି ଯେ, ଗତ ମେ 7 ତାରିଖରେ କରୋନାର ଦ୍ବିତୀୟ ଲହର ପିକ୍ ଛୁଇଁଥିଲା ।
ରିପୋର୍ଟର ମୁଖ୍ୟ ଆକର୍ଷଣ ଗୁଡିକ ହେଲା
ବିଶ୍ବ ସ୍ତରୀୟ ତଥ୍ୟ ଦର୍ଶାଉଛି ଯେ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର ପ୍ରାୟ 1.7 ଗୁଣ ହେବ ।
ଐତିହାସିକ ତଥ୍ୟକୁ ବିଶ୍ଳେଷଣ କଲେ ଦେଖାଯିବ ଯେ ଅଗଷ୍ଟ ଦ୍ବିତୀୟ ସପ୍ତାହ ପରେ ସଂକ୍ରମଣ ବୃଦ୍ଧି ପାଇ ଶିଖର ଛୁଇଁଥାଏ ।
ଭାରତ ପ୍ରତିଦିନ 40 ଲକ୍ଷରୁ ଅଧିକ ଟୀକାକରଣ ଦେବା ଆରମ୍ଭ କରିଛି । ମୋଟ ଉପରେ, ଭାରତ ଏହାର ଜନସଂଖ୍ୟାର ମାତ୍ର 4.6 ପ୍ରତିଶତକୁ ଟିକା ଦେଇଛି, ଏହା ବ୍ୟତୀତ 20.8 ପ୍ରତିଶତ ବ୍ୟକ୍ତି ମାତ୍ର ଗୋଟିଏ ଡୋଜ ପାଇଛନ୍ତି ଯାହା ଆମେରିକା, ବ୍ରିଟେନ, ଇସ୍ରାଏଲ୍, ସ୍ପେନ୍, ଫ୍ରାନ୍ସ ଭଳି ଦେଶ ତୁଳନାରେ କମ୍ ଅଟେ ।